www.samajalive.in
Sunday, December 7, 2025
16.1 C
Bhubaneswar

ଚିନ୍ତା ବଢାଇଲା କୋଭିଡର ନୂଆ ପ୍ରକରଣ ‘ଓମିକ୍ରନ’

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଶୁକ୍ରବାର ଦିନ କୋଭିଡର ନୂଆ ପ୍ରକରଣ ବି.୧.୧.୫୨୯ର ନାମ ‘ଓମିକ୍ରନ’ ରଖିଛି । ଏଥିସହିତ ଏହା ଅତି ଅଧିକ ସଂକ୍ରମିତ ବର୍ଗର ବୋଲି ହୁ ପକ୍ଷରୁ କୁହାଯାଇଛି । ଏହାର ଭୟାବହତାକୁ ଦୃଷ୍ଟିରେ ରଖି ୟୁରୋପୀୟ ରାଷ୍ଟ୍ର ସଂଘ ଏବଂ ଆମେରିକା ଦକ୍ଷିଣ ଆଫ୍ରିକାରୁ ଯାତ୍ରୀ ୍ରଆଗମନ ଉପରେ ନିଷେଧାଦେଶ ଜାରି କରିଛନ୍ତି । କାନାଡା, ସାଉଦି ଆରବ ଭଳି ରାଷ୍ଟ୍ର ମଧ୍ୟ ଅନୁରୂପ କଟକଣା ଲାଗୁ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ କୋଭିଡର ଏହି ପ୍ରକରଣ ଏବେ ଦକ୍ଷିଣ ଆଫ୍ରିକା, ବୋତସ୍ୱାନାରେ ବ୍ୟାପିବାରେ ଲାଗିଛି । ଏହି ପ୍ରକରଣ ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ପ୍ରକରଣ ଦ୍ରୁତ ଗତିରେ ନିଜର ରୂପ ବଦଳାଉଛି । ସେଥିମଧ୍ୟରୁ କେତେକ ମଣିଷ ପାଇଁ ମାରାତ୍ମକ ବିବେଚିତ ହେଉଛି । ଏହି ପ୍ରକରଣ ପୂର୍ବ ପ୍ରକରଣଗୁଡିକ ଅପେକ୍ଷା ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି କରୁଛି । ଦକ୍ଷିଣ ଆଫ୍ରିକାର ପ୍ରାୟ ସମସ୍ତ ପ୍ରଦେଶରେ ସଂପ୍ରତି ଏହା ବ୍ୟାପିବାରେ ଲାଗିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories