www.samajalive.in
Monday, December 15, 2025
14.1 C
Bhubaneswar

ରାସ୍ତା ପାଲଟିଛି ମରଣଯନ୍ତା; ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାହାପାଇଁ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଯୁବ ପଞ୍ଚାୟତର ନୁଣ୍ଡୁଜ୍ ଗାଁ । ଏହି ଗାଁରେ ପ୍ରାୟ ୧୦୦ ଟି ପରିବାରର ୫ ଶହରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରୁଛନ୍ତି। ସେମାନଙ୍କର ଜୀବିକା ହେଲା ଚାଷ ବେଉସା କରି ଜୀବନଯାପନ କରିବା। ଲୋକେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଚାଉଳ, କିରୋସିନ୍ ତଥା ଦୈନନ୍ଦିନ କାର୍ଯ୍ୟ ପାଇଁ ଯୁବ ପଞ୍ଚାୟତ ଉପରେ ନିର୍ଭରଶୀଳ। ଗାଁକୁ ଯିବା ପାଇଁ ନାହିଁ ଭଲ ରାସ୍ତା । କେଉଁଠି ବଡ଼ ବଡ଼ ପଥର ବାହାରିଛି ତ ଆଉ କେଉଁଠି ଆଣ୍ଠୁଏ ଆଣ୍ଠୁଏ ଖାଲ । ଆଉ କେଉଁଠି କଂକ୍ରିଟ ରାସ୍ତା ମଧ୍ୟ ଧୋଇ ହୋଇଗଲାଣି । ଏହି ରାସ୍ତା ଦେଇ ଲୋକେ ପଞ୍ଚାୟତକୁ ଯିବାଆସିବା କରିବା ସହ ଅତି ନିକଟ ହେଉଥିବା ହେତୁ ଚିକିତ୍ସା ପାଇଁ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ହେଲେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଲୋକେ ଚାଲି ଚାଲି ଯିବା ଆସିବା କରୁଥିବା ବେଳେ ବହୁ କଷ୍ଟେମଷ୍ଟେ ମୋଟର ସାଇକେଲ ଏବଂ ଅଟୋ ଯୋଗେ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟତ କରନ୍ତି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରି ସମସ୍ୟାର ସମାଧାନ କରିବା ପାଇଁ ନେତାଠାରୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟବର୍ଜନ କରିବେ ବୋଲି ଗ୍ରାମବାସୀ ନିଷ୍ପତି ନେଇଛନ୍ତି ।

ନୁଣ୍ଡୁଜ ଗାଁକୁ ଯିବା ପାଇଁ ଅନ୍ତରବା ଠାରୁ ସଂଯୋଗ ୬ କିମି ରାସ୍ତା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଛି। ହେଲେ ୫ କିମି ରାସ୍ତା ନିର୍ମାଣ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ନିଦାବିଷ୍ଣୁ ସାଜିଥିବା ବେଳେ ଆଉ ୧ କିମି ରାସ୍ତା କେଉଁଠି ନିର୍ମାଣ କଲେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଯଦି ସପ୍ତାହ ମଧ୍ୟରେ ବିଭାଗୀୟ ସରକାରୀ ବାବୁ କି ରାଜନେତା ଆସି ଆମ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ବ୍ଲକ୍ କାର୍ୟ୍ୟାଳୟ ଏବଂ ଗ୍ରାମ ଉନ୍ନୟନ ବିଭାଗ କାର୍ୟ୍ୟାଳୟ ଘେରାଉ କରାଯିବା ସହ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ କରିବେ ବୋଲି ମାଥ୍ୟୁ ମାଝୀ, ମିନତୀ ମାଝୀ, ସଲମନ ମାଝୀ, ଇଶ ମାଝୀ, ଇସ୍ରାଏଲ ମାଝୀ ଓ ସମାଜସେବୀ ତଥା ଲୋକ ପ୍ରତିନିଧି ବାଳକୁଷ୍ଣ ମଳିକ ଆଦି ଲୋକେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

- Advertisement -

ଏନେଇ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହ ଯନ୍ତ୍ରୀ ଅଭିମନ୍ୟୁ ପାତ୍ର କହିଛନ୍ତି ଅନେକ ଗାଁଗୁଡିକର ଲିଷ୍ଟ ଦିଆଯାଇଛି ଅନୁମୋଦନ ପାଇଁ । ଅନୁମୋଦନ ହୋଇ ଆସିଲେ ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯିବ । ଯଦି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ପାଇଁ କୋଟି କୋଟି ଟଙ୍କ। ଅନୁଦାନ ଦେଉଛନ୍ତି ତେବେ ଆମ ଗାଁ ଆମ ବିକାଶର ନାରା ଦେଉଥିବା ରାଜ୍ୟ ସରକାର ଏହି ନୁଣ୍ଡୁଜ ଗାଁର ସମସ୍ୟା କେବେ ଦୂର କରିବେ ତାହାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories