www.samajalive.in
Monday, December 15, 2025
26.1 C
Bhubaneswar

ଶୋଇବା ସମୟରେ ତକିଆ ତଳେ ପର୍ସ ରଖନ୍ତୁ ନାହିଁ

ଶୋଇବା ସମୟରେ ବହୁ ଲୋକ ବିଭିନ୍ନ ଜିନିଷ ତକିଆ ତଳେ ରଖି ଶୋଇବା ଅଭ୍ୟାସ ରହିଥାଏ। ବାସ୍ତୁ ଅନୁସାରେ ତକିଆ ପାଖରେ କିଛି ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣନ୍ତୁ କେଉଁ ସବୁ ଜିନିଷ ପ୍ରଭାବରେ ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ।
ପର୍ସ : ଶୋଇବା ସମୟରେ ତକିଆ ତଳେ ପର୍ସ ରଖନ୍ତୁ ନାହିଁ , ଏହାଦ୍ୱାରା ଖର୍ଚ୍ଚ ବଢିବା ସହ ଦାମ୍ପତ୍ୟ ଜୀବନରେ ଝଗଡା ଆରମ୍ଭ ହୋଇଥାଏ। କାରଣ ଲକ୍ଷ୍ମୀଙ୍କ ବାସ ଟକିଆ ତଳେ ନୁହେଁ ଆଲମାରୀରେ ରହିଥାଏ। ତେଣୁ ପର୍ସକୁ ସବୁ ସମୟରେ ଆଲମାରୀରେ ରଖନ୍ତୁ।
ଔଷଧ : ବହୁଲୋକ ରାତିରେ ଔଷଧ ଖାଇବା ପରେ ତକିଆ ତଳେ ହିଁ ରଖିଥାନ୍ତି। ବାସ୍ତୁ ଅନୁସାରେ ଏହାର ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ।
ଚାବି : ଶୋଇବା ବିଛଣା ତଳେ ଚାବି ରଖିବେ ନାହିଁ। ବାସ୍ତୁ ଅନୁସାରେ ଏହାଦ୍ୱାରା ଟଙ୍କାର ଅଭାବ ଦେଖାଯାଇଥାଏ।
ଜୋତା : ଶୋଇବା ବିଛଣା ପାଖରେ ଜୋତା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ।
ଜଳପୁର୍ଣ୍ଣ ପାତ୍ର : ଶୋଇବା ସମୟରେ କୌଣସି ଜଳପୁର୍ଣ୍ଣ ପାତ୍ର ପାଖରେ ରଖିବେ ନାହିଁ। ଏହା ଦାମ୍ପତ୍ୟ ଜୀବନରେ ପ୍ରଭାବ ପକାଇଥାଏ।
ଠାକୁରଙ୍କ ଘରେ ଶିବ-ପାର୍ବତୀଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ରଖି ପୂଜା କରନ୍ତୁ।
ଠାକୁର ଘରେ ବଂଶୀ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ପରିବାରର ସୁଖଶାନ୍ତିର ବାତାବରଣ ଓ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ରଖିବା ପାଇଁ ନିଜ ଶୋଇବା କକ୍ଷରେ ଶଙ୍ଖ କିମ୍ବା ଶାମୁକା ରଖନ୍ତୁ। ଦୁଇରୁ ଅଧିକ ମହିଳାଙ୍କ ଫଟୋ ଲଗାନ୍ତୁ ନାହିଁ। ପତ୍ନୀଙ୍କୁ ସର୍ବଦା ପତିଙ୍କର ବାମ ପଟେ ଶୋଇବା ଉଚିତ। ଗୋଲାପୀ ରଙ୍ଗର ପରଦା ନିଜ କକ୍ଷରେ ଲଗାନ୍ତୁ।
ଗେଣ୍ଡୁଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ।
ଗୃହରେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ ହେଉଛି ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟି କୁକୁର ପାଇଁ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ।
ଶୋଇବା କକ୍ଷରେ ନିଜର ବିଛଣା ଝରକା ଠାରୁ ଦୂରରେ ରହିବା ଉଚିତ। ଏପରି କରିବା ଦ୍ୱାରା ପତୀପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ।
ଗୁରୁବାର ଦିନ ସ୍ୱାମୀ-ସ୍ତ୍ରୀ ଏକତ୍ରିତ କଦଳୀ କିମ୍ବା ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ।
ଶନିବାର ଦିନ ଆମ୍ବ କିମ୍ବା ଅଶୋକର ପତ୍ରର ତୋରଣ ଶୋଇବା କକ୍ଷରେ ଲଗାନ୍ତୁ। ଏପରି କରିବା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।
ଅଶ୍ୱତ୍ଥ କିମ୍ବା କଦଳୀ ଗଛକୁ ନିୟମିତ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ହୋଇଥାଏ।
ନିଜ ଜୀବନସାଥିଙ୍କୁ କଷ୍ଟ ଦେବା ଭଳି କାର୍ୟ୍ୟ କରନ୍ତୁ ନାହିଁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories