୫ଦିନିଆ ଆମେରିକା ଗସ୍ତରେ ନୌସେନା ମୁଖ୍ୟ
ନୂଆଦିଲ୍ଲୀ : ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା ସୋମବାର(ଆସନ୍ତାକାଲି)ଠାରୁ ୫ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଉଭୟ ଦେଶର ସେନାବାହିନୀ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ଏହି ଗସ୍ତର ଉଦ୍ଦେଶ୍ୟ। ସେହିପରି ଆଡମିରାଲ ଲାମ୍ବାଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ନୂତନ ମାର୍ଗ ପ୍ରଶସ୍ତ କରିବ। ଗସ୍ତକାଳରେ ଆଡମିରାଲ ଲାମ୍ବା ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍ ଓ ନୌବାହିନୀ ସଚିବ ରିଚାର୍ଡ ସ୍ପେନ୍ସର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ହାୱାଇର ପର୍ଲ ହାର୍ବର୍ରେ ଥିବା ପେସିଫିକ୍ କମାଣ୍ଡ ହେଡକ୍ୱାର୍ଟର, ନାଭାଲ ସରଫେସ, ୱାରଫେୟରେ, ପେଣ୍ଡାଗନ ଏବଂ ୱାଶିଂଟନ ଡିସିରେ ଆରଲିଂଟନ୍ ନ୍ୟାସନାଲ ସିମେଟି୍ର ପରିଦର୍ଶନ କରିବେ। ଭାରତ ଏବଂ ଆମେରିକା ପ୍ରତିରକ୍ଷା କ୍ଷେତ୍ର ସହ ନିଜ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରଖିଆସିଛନ୍ତି। ବିଗତ ଦିନରେ ଉଭୟ ଦେଶ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।