ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର ନେଇ ପ୍ରସ୍ତୁତ ଚିଠା ବିଧେୟକକୁ ବୁଧବାର କ୍ୟାବିନେଟ ଅନୁମୋଦନ କରିଛି। ଆସନ୍ତା ଶୀତ ଅଧିବେଶନରେ ଏହି ବିଧେୟକକୁ ସଂସଦରେ ଆଗତ କରାଯିବ। କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଆବଶ୍ୟକ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା କ୍ରମରେ ‘କୃଷି ଆଇନ ପ୍ରତ୍ୟାହାର ବିଧେୟକ ୨୦୨୧’କୁ କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର
କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସହିତ ଆଲୋଚନା କରାଯାଇ ବିଧେୟକ ପ୍ରସ୍ତୁତ କରାଯାଇଛି। କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଉଚିତ ମୂଲ୍ୟ ନିଶ୍ଚିତ କରିବା ବୁଝାମଣା ଓ କୃଷକ ସେବା ଆଇନ ୨୦୨୦। କୃଷି ଉତ୍ପାଦ ବାଣିଜ୍ୟ କାରବାର (ପ୍ରୋତ୍ସାହନ ଓ ସୁବିଧା ଉପଲବ୍ଧ) ଆଇନ ୨୦୨୦ ଓ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦କୁ ରଦ୍ଦ କରିବା ଲାଗି ଏହି ବିଧେୟକ ପ୍ରସ୍ତୁତ କରାଯାଇଛି। ଗତବର୍ଷ ପ୍ରଣୟନ ହୋଇଥିବା ଏହି ତିନି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ସରକାର ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।
କୃଷି ଆଇନ ପ୍ରତ୍ୟାହାର ବିଧେୟକକୁ ମୋହର
Popular Categories



