www.samajalive.in
Monday, December 8, 2025
14.1 C
Bhubaneswar

ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଅଭିଯୋଗ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଚିପସ, ସବୁ ବ୍ୟବହୃତ ହେଉଥିବା ନେଇ ଅଭିଯୋଗ ହୋଇଛି।  ପ୍ରକାଶ ଯେ ବହୁତଦିନର ଦାବୀପରେ ଉତର ଉଡିଶା ସହିତ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାକୁ ସଂଯୋଗ ନିମନ୍ତେ ଧଳପୁର- ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବର ୨୦୧୬ ଆରମ୍ଭ କରାଗଲା। ବର୍ତମାନ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି। ବର୍ତମାନ ସେତୁର ହ୍ୟାଣ୍ଡରେଲିଂ ,ଫୁଟପାତ୍ ଏକ୍ସପେନସନ ଜଏଂଟ ସାଙ୍ଗକୁ ଆଠମଲ୍ଲିକ ପଟର ଆପ୍ରୋଚ ରୋଡ ସହିତ ଆଉ ୧୪ ପ୍ରତିଶ୍ରତ କାର୍ଯ୍ୟ ବାବଦକୁ ପ୍ରାୟ ୨୩କୋଟି ଟଙ୍କା ଖର୍ଚ୍ଚ ବାକି ରହିଛି। ବର୍ତମାନ ସେତୁ ଉପର ହ୍ୟାଣ୍ଡରେଲିଂ ଏବଂ ଫୁଟପାତ ଭଳି କଂକ୍ରିଟ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର ଚିପସ ବ୍ୟବହୃତ କରାଯାଉଥିବା ଦେଖିବାକୁ ମିଳିଛି। କଂକ୍ରିଟ କାର୍ଯ୍ୟର ମାନ ନିର୍ଦ୍ଧାରଣ ଦାୟିତ୍ୱରେଥିବା ଜନୈକ ଅଥରିଟି ଇଂଜିନିୟର ସ୍ଥାୟୀତ୍ୱ ପ୍ରତି ସମ୍ପୁର୍ଣ୍ଣ ଆଣଦେଖା ଯୋଗୁଁ  ଏଭଳି ନିମ୍ନମାନର କାର୍ଯ୍ୟ ଚାଲିଥିବା ନଜରକୁ ଆସିଛି ବୋଲି ଅଭିଯୋଗ ହୋଇଛି। ଫଳରେ କୋଟି କୋଟି ଟଙ୍କା ବ୍ୟୟବରାଦରେ ଚାଲିଥିବା ସେତୁ ନିର୍ମାଣ କାର୍ଯ୍ୟ ଉପରେ ବଡ ପ୍ରଶ୍ନଚିହ୍ନ ଲାଗିଛି। ଏ ସର୍ମ୍ପକରେ ମାନ ନିର୍ଦ୍ଧାରଣ ଦାୟିତ୍ୱରେଥିବା ଟିମ ଲିଡର ତଥା ଅଥରିଟି ଇଂଜିନିୟର ସଂଜୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ବର୍ଷା ଯୋଗୁଁ ଚିପସରେ ମାଟି ଗୁଣ୍ଡ ମିଶି ଯାଇଥିବା କହିଥିଲେ। ଆମେ ମାନ ଉପରେ ପୁରା ଗୁରୁତ୍ୱ ଦେଉଛୁ। ଯେଉଁଠି ନିମ୍ନମାନର କାର୍ଯ୍ୟ ହେଉଛି ତାକୁ ଭାଙ୍ଗି ପୁର୍ନବାର ନିର୍ମାଣ ପାଇଁ ଠିକସଂସ୍ଥାକୁ ନିର୍ଦ୍ଦେଶ ଦେଉଛୁ ବୋଲି କହିଥିଲେ। ଏଥିପ୍ରତି ପୂର୍ତବିଭାଗ ମୁଖ୍ୟଯନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ସୂଚନା ଥାଉକି ଗତ ଡିସେମ୍ବର ୨୦୧୬ରୁ ବିଶ୍ୱ ବ୍ୟାଙ୍କ ନାର୍ବାଡ ସହାୟତରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ବ୍ୟୟବରାଦରେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ଡିସେମ୍ବର ୨୦୧୬ରୁ ୨୦୧୯ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ତିନିବର୍ଷ ମିଆଦି ରହିଥିଲା। ମିଆଦି ସମୟ ଠାରୁ ପାଖାପାଖି ଅଧିକ ଦୁଇ ବର୍ଷ ଅତିକ୍ରମ କରିସାରିଥିଲେ ସୁଦ୍ଧା ସେତୁ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଶେଷ ହୋଇପାରୁନାହିଁ। ଏହାକୁ ନେଇ ଉଭୟ ବୌଦ୍ଧ-ଅନୁଗୁଳୁ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories