www.samajalive.in
Tuesday, December 9, 2025
26.1 C
Bhubaneswar

ଆତଙ୍କି ସଂଗଠନର ଧମକ ପରେ ଶିମଳାରେ ବ୍ୟାପକ ସତର୍କତା

ଶିମଳା: ଦେଶର ଅନ୍ୟତମ ପ୍ରମୁଖ ଶୈଳନିବାସ ଓ ପର୍ଯ୍ୟଟନ ସ୍ଥଳ ହିମାଚଳ ପ୍ରଦେଶର ଶିମଳାରେ ଆତଙ୍କି ଆକ୍ରମଣ ହେବା ନେଇ ଧମକ ମିଳିବା ପରେ ଏଠାରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାପ୍ତ ରିପୋର୍ଟ ଅନୁଯାୟୀ କିଛି ଆତଙ୍କି ସଂଗଠନ ଶିମଳାର ରେଳ ଷ୍ଟେସନ ଏବଂ ମନ୍ଦିରଗୁଡିକ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ଏହାର ଆଧାରରେ ଶିମଳା ପ୍ରଶାସନ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ରାଜ୍ୟ ପୁଲିସକୁ ସଜାଗ ରଖାଯାଇଛି । ଶିମଳା ରେଳ ଷ୍ଟେସନର ଅଧୀକ୍ଷକ ଯୋଗିନ୍ଦର ସିଂ କହିଛନ୍ତି ଯେ ସେମାନେ ନିକଟରେ ରେଳବାଇର ବିଭିନ୍ନ ବିଭାଗ ସହିତ ଏକ ସ୍ୱତନ୍ତ୍ର ବୈଠକ କରିଥିଲେ ଏବଂ ଷ୍ଟେସନଗୁଡିକରେ ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥା କଡାକଡି କରିବାକୁ ନିଷ୍ପତ୍ତି ନେଇଥିଲେ । ସରକାରୀ ରେଳବାଇ ପୁଲିସ ଏବଂ ରେଳ ସୁରକ୍ଷା ବାହିନୀକୁ ଏହି ଦାୟିତ୍ୱ ଦିଆଯାଇଛି । ଏଥିସହିତ ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । କୌଣସି ସ୍ଥାନରେ କିଛି ସନ୍ଦେହଜନକ ବସ୍ତୁ ଦେଖିଲେ ତୁରନ୍ତ ସୁରକ୍ଷା ବାହିନୀକୁ ଖବର ଦେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଶିମଳା ପାର୍ବବ୍ୟାତଞ୍ଚଳ ରେଳବାଇର ଷ୍ଟେସନ ଓ ଟ୍ରେନ ମଧ୍ୟକୁ ପ୍ରବେଶ କରୁଥବା ସମସ୍ତ ଯାତ୍ରୀ ଏବଂ ସେମାନଙ୍କ ଜିନିଷପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଏଥିସହିତ ଶିମଳାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଯାନବାହନଗୁଡିକୁ ଯାଞ୍ଚ କରାଯାଉଛି ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories