www.samajalive.in
Tuesday, December 9, 2025
26.1 C
Bhubaneswar

ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କଲେ ସାଂସଦ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଝୁଡ଼ିଆସାହିରେ କରାଯାଇଥିବା ଗୋଷ୍ଠୀ କେନ୍ଦ୍ରକୁ ଆଜି କୋରାପୁଟ ସାଂସଦ ମାନ୍ୟବର ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କ କରକମଳରେ ଶୁଭ ଉଦଘାଟନ କରାଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡକା, ଜିଲା ପରିଷଦ ସଭ୍ୟ ବଳରାମ ନାଚିକା, ଶିକରପାଇ ସମିତି ସଭ୍ୟା ବି ଜ୍ୟୋତି, ବିଡ଼ିଓ ସୁଧାକର ରଇତ ପ୍ରମୁଖ ମଞ୍ଚାସିନ ରହିଥିଲେ । ଦଳୀୟକର୍ମୀ ଏକତ୍ରିତ ହୋଇ ମୁଖ୍ୟ ଅତିଥି କୋରାପୁଟ ସାଂସଦ ଶ୍ରୀ ଉଲ୍ଲାକାଙ୍କୁ ପୁଷ୍ପମାଲ୍ୟା ପକାଇ ସ୍ୱାଗତ କରିଥିଲେ। ସେ ରିବନ କାଟି ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରି ପୂଜାପାଠ କରିଥିଲେ। ଏଥିରେ ବ୍ଲକ କଂଗ୍ରେସ ସଭାପତି କୋଟା ସୁରିୟା ରାଓ, ସାଂସଦ ପ୍ରତିନିଧି ଗୁଦୁଲ୍ଲା ପ୍ରସାଦ ରାଓ, ପିସିସି ସଦସ୍ୟ ରମେଶ ଚନ୍ଦ୍ର ତ୍ରିପାଠୀ, ବ୍ଲକ ଉପସଭାପତି କୁମାର ସ୍ୱାମୀ କୌଶଲ୍ୟା, ନଗର ସଭାପତି ସିହେଚ ନଗେଶ ରାଓ, କାର୍ଯ୍ୟଗ୍ରାହୀ ରିଙ୍ଗୁ ଚାମିଆ ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ। ଉକ୍ତ ଗୋଷ୍ଠୀ କେନ୍ଦ୍ରଟି ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ସାଂସଦଙ୍କୁ ସିକରପାଇ ସର୍କଲରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ପାଇଁ ପଞ୍ଚାୟତବାସୀ ଲିଖିତ ଭାବେ ପ୍ରଦାନ କରିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories