www.samajalive.in
Monday, December 15, 2025
15.1 C
Bhubaneswar

ସାଇନିଂ କ୍ୟାଲେଣ୍ଡର୍ ରିଲିଜ୍ ପାଇଁ ଅଡ଼ିସନ୍

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଇଭେଣ୍ଟ ସଂସ୍ଥା ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ, ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଓ ଗ୍ଲାମ୍ ସାଇନ୍ ଟ୍ୟଲେଣ୍ଟ ମ୍ୟାନେଜ୍ମେଣ୍ଟର ମିଳିତ ସହଯୋଗରେ ଗତବର୍ଷ ଭଳି ଚଳିତ ବର୍ଷ ବଛା ବଛା ମଡ଼େଲ୍ ମାନଙ୍କୁ ନେଇ ଆସନ୍ତା ମାସରେ ସାଇନିଂ କ୍ୟାଲେଣ୍ଡର୍ ଉନ୍ମୋଚନ କରିବାକୁ ଯାଉଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀର ନିର୍ଦ୍ଦେଶକ ପୱନ କୁମାର କହିଛନ୍ତି ମଡ଼େଲ୍, ମେକ୍ଅପ୍ ଆଟିଷ୍ଟ, ଫଟୋଗ୍ରାଫର୍, ଡ଼ିଜାଇନର୍ଙ୍କୁ ନୂତନ ପ୍ଲାଟଫର୍ମ ଦେବା ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଚଳିତବର୍ଷ ହାଇ ଫ୍ୟାସନକୁ ନେଇ କ୍ୟାଲେଣ୍ଡର୍ ଉନ୍ମୋଚନ କରାଯିବ। ଏହା ପୂର୍ବରୁ ଅନ୍ଲାଇନ୍ ଅଡ଼ିସନ୍ କରାଯାଇଥିଲା ଯେଉଁଥିରେ ୧୪୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରୁ ୮୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀଙ୍କୁ ଅଡ଼ିସନ୍ ଦେବା ପାଇଁ ଚୟନ କରାଯାଇଛି। ଏହି ପ୍ରତିଯୋଗୀଙ୍କୁ ତିନୋଟି ପକ୍ରିୟାରେ ଚୟନ କରାଯାଇ ଟପ୍ ୧୫ ଜଣ ମଡ଼େଲଙ୍କୁ ନେଇ ହାଇ ଫ୍ୟାସନ କ୍ୟାଲେଣ୍ଡର ଫଟୋ ସୁଟ୍ କରାଯିବ। ଅଡ଼ିସନ ପାଇଁ ଯେଉଁମାନେ ଇଚ୍ଛୁକ ଥିବେ ୧୬ ତାରିଖ ମଙ୍ଗଳବାର ସକାଳ ୮ଟା ସୁଦ୍ଧା କଳ୍ପନା ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ଭାଗ ନେଇପାରିବେ।

 

- Advertisement -

ଏଥିପାଇଁ ଯୁବତୀଙ୍କ ବୟସ ସୀମା ୧୮ ବର୍ଷରୁ ୨୮ ବର୍ଷ ଯାଏଁ ରହିଛି। ଗ୍ଲାମ୍ ସାଇନ୍ ଟ୍ୟାଲେଣ୍ଟ ମ୍ୟାନେଜ୍ମେଣ୍ଟର ନିର୍ଦ୍ଦେଶକ ତଥା ଫ୍ୟାସନ୍ ଶୋ ନିର୍ଦେଶକ ପ୍ରଶାନ୍ତ କୁମାର ଦାସ କହିଲେ ଅନେକ ମଡ଼େଲଙ୍କ ପାଖରେ ଟ୍ୟାଲେଣ୍ଟ ରହିଛି। ହେଲେ ସେମାନଙ୍କ ଟ୍ୟାଲେଣ୍ଟ ବାହାରକୁ ଆସି ପାରୁନାହିଁ। ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ ଏହି ସୁଯୋଗ ଆଣି ଦେଇଛି ଯେଉଁଥିରେ ସେମାନଙ୍କ ଟ୍ୟଲେଣ୍ଟ ଦେଖାଇ ଚୟନ ହୋଇପାରିବେ। ଚୟନ ହୋଇଥିବା ୧୫ ଜଣ ଟପ୍ ମଡ଼େଲଙ୍କ ସହ ଏନଆଇଏଫ୍ଟି ଛାତ୍ରଛାତ୍ରୀ ଗହଣା ଏବଂ ଷ୍ଟାଇଲିଂ ପ୍ରଦର୍ଶନ କରିବେ। ଜୁରୀ ଭାବେ ଲୋପାମୁଦ୍ରା ନାୟକ, (ଫ୍ୟାସନ ଫିଲ୍ଟର ନିର୍ଦ୍ଦେଶିକା) ସାଞ୍ଜ ଶୁଭସ୍ମିତା (ସେଲିବ୍ରିଟି ମଡ଼େଲ୍), ସୋନାଲୀ (ମେକଅପ୍ ଏକ୍ସପଟ୍), ଡ଼.ସ୍ଥିତିପ୍ରଜ୍ଞା (ମଡ଼େଲ ତଥା ଅଭିନେତ୍ରୀ) ପ୍ରଶାନ୍ତ ଦାସ (ଫ୍ୟାସନ ନିର୍ଦ୍ଦେଶକ), ଅମ୍ରିତା ସାବତ (ଡ଼ିଜାଇନର୍), ପୱନ କୁମାର (ନିର୍ଦ୍ଦେଶକ, ସାଇନିଂ ଇଭେଣ୍ଟ), ମଧୁସ୍ମିତା ପଣ୍ଡା (ଫାଉଣ୍ଡର୍ ୱେଭ୍ରାଣ୍ଟସ୍), ତୁଷାରକାନ୍ତ ସ୍ୱାଇଁ (ଫଟୋଗ୍ରାଫର୍), ପିକୋନ୍ ବିଶ୍ୱାଳ (ଫିଟ୍ନେସ୍ ଏଣ୍ଟର୍ପିନିଅର୍ ଓ ଆଇନ୍ଜୀବି) ପ୍ରମୁଖ କ୍ୟାଲେଣ୍ଡର ପାଇଁ ଟପ୍ ୧୫ ମଡ଼େଲ ଚୟନ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories