ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ନିୟମାବଳୀରେ ସଂଶୋଧନ କଲା କେନ୍ଦ୍ର। ରାତିଦିନ ଯେ କୌଣସି ସମୟରେ ହୋଇପାରିବ ଶବ ବ୍ୟବଚ୍ଛେଦ। ଟୁଇଟ କରି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଶେଷ ହେଲା କହିଲେ ମାଣ୍ଡଭୀୟ।
ସେ ଟ୍ୱିଟରେ ଲେଖିଛନ୍ତି ଯେ ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଶେଷ ହେଲା। ରାତିରେ ଯେଉଁ ହସ୍ପିଟାଲରେ ବ୍ୟବସ୍ଥା ଅଛି ସେଠି ପୋଷ୍ଟମର୍ଟମ ହୋଇ ପାରିବ। ଏବେ କେବଳ ଦିନ ସମୟରେ ହିଁ ପୋଷ୍ଟମର୍ଟମ ହେଉଥିଲା। ହେଲେ ଏବେ କିନ୍ତୁ ରାତିରେ ବି ପୋଷ୍ଟମର୍ଟମ ହୋଇପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ
Popular Categories



