www.samajalive.in
Monday, December 15, 2025
16.1 C
Bhubaneswar

ନଦୀ ପାର ପାଇଁ ବିଦ୍ୟୁତ ଖୁଣ୍ଟ ପାଲୋଟିଛି ସାହାରା

ପାତ୍ରପୁର ପାତ୍ରପୁର ବ୍ଳକ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଦୁଇ ଆଦିବାସୀ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନଙ୍କୁ କଳିଙ୍ଗ ଦଳା ନଦୀରେ ପାଣି ଆସିବାପରେ ବିଦ୍ୟୁତ ଖୁଣ୍ଟରେ ପାରହୋଇ ଯିବାକୁ ପଡୁଛି। ଆଗକୁ ପୁଣି ଲଘୁଚାପଜନିତ ବର୍ଷା ସୂଚନା ପରେ ନଦୀରେ ଜଳସ୍ତର ବୃଦ୍ଧି ଘଟିଲେ ଏହି ସବୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା ଦେଖା ଦେଇଛି। ପାତ୍ରପୁର ବ୍ଳକର ତୁମ୍ବା ଏବଂ ବୁରାତାଲ ପଞ୍ଚାୟତର ଆନ୍ଧ୍ରପ୍ରଦେଶ ଡାବୁଥଳି, ଗୁଡିପଦର ଲାଇଡା, ଅର୍ଜୁବା, ଅବାଣ୍ଡିଆ, ରମ୍ପା, ତାଳବାଡ, ସୋରଡା, ବଡ ଅଞ୍ଜାଗୁଲି, ସାନ ଅଞ୍ଜାଗୁଲି, ବତରା ସାହି, ସଚର, ସାନ ଗାଁ, ବିଲୁଗାଁ, କାନ୍ତି ଗାଁ, କୁସମଳା, କପାଡ଼ିଆ, ପ୍ରଭୁତି ଗ୍ରାମ ରହିଛି। ଏହି ସବୁ ଗ୍ରାମ ପାତ୍ରପୁର ଠାରୁ ୪0ରୁ୬୦ କିଲୋମିଟର ଦୂରରେ ରହିଛି। ଏହି ସବୁ ଗ୍ରାମକୁ ଯିବାକୁ ହେଲେ ତୁମ୍ବା ଗୌଡୁଣି ଏବଂ ଆନ୍ଧ୍ର କଳିଙ୍ଗ ଦଳା ଆନିକଟ ତଳ ନଦୀ ପାର ହୋଇ ଯିବାକୁ ପଡୁଛି। ଗୌଡୁଣି ନିକଟ ମହେନ୍ଦ୍ର ତନୟ। ନଦୀରେ ଅଧିକା ପାଣି ଥିଲେ ପାତ୍ରପୁର ଯିବାକୁ ହେଲେ ଆନ୍ଧ୍ରର କଳିଙ୍ଗ ଆନିକଟ ତଳ ଦେଇ ଅନ୍ୟ ଏକ ନଦୀ ମହେନ୍ଦ୍ର ତନୟ। ପାରହୋଇ ଆନ୍ଧ୍ର ଜାତୀୟରାଜପଥ ଦେଇ ଅଧିକା ପନ୍ଦର କିଲୋମିଟର ପଥ ଅତିକ୍ରମକରିବାକୁ ପଡୁଛି। ଗତ ମାସରେ ବର୍ଷା ପରେ ଏହି ନଦୀରେ ପାଣି ଆସି ଜଳଭଣ୍ଡାର ପୂର୍ଣ୍ଣ ହେବାପରେ ଦୁଇ ଦିନଲୋକଙ୍କ ଯାତାୟତ ବନ୍ଦ ହୋଇଥିଲା। ଏହା ପରେ ଆନ୍ଧ୍ର ଏବଂ ଓଡ଼ିଶାର ଲୋକମାନେ ଜଳଭଣ୍ଡାରରୁ ନଦୀକୁ ଆସିଥିବା ପାଣିରେ ମିଳିତ ଭାବେ ଜାଲ ବିଛାଇ ମାଛ ମାରିଥିଲେ। ଏବେ ପୁଣି ନଦୀରେ ପାଣି ଆସି ଜଳଭଣ୍ଡାର ନିର୍ଗମ ପଥ ଅତିକ୍ରମ କରି ନଦୀରେ ପାଣି ସ୍ତର ବୃଦ୍ଧିପାଇଛି। ଯାହାକୁ ନେଇ ଲୋକମାନେ କଳିଙ୍ଗ ଦଳା ଜଳଭଣ୍ଡାର ତଳ ଅଂଶ ମହେନ୍ଦ୍ର ତନୟ। ନଦୀରେ ବିଦୂତ ଖୁଣ୍ଟ ପକାଇ ପାର ହେଉଥିବା ଦେଖିବାକୁ ମିଳିଛି। ଏହି ଦୁଇ ପଞ୍ଚାୟତର ଗ୍ରାମବାସୀଙ୍କ ବର୍ଷା ଦିନ ଆସିଲେ ଚିନ୍ତା ବଢୁଛି। ଲୋକମାନେ ତୁମ୍ବା, ବୁରାତାଲ ପଞ୍ଚାୟତକୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଯିବାକୁ ହେଲେ କୋଡ଼ିଏରୁ ୩୫ କିଲୋମିଟର ଦୁଇ ନଦୀ ପାରହୋଇ ଯିବାକୁ ପଡୁଛି। ନିୟମିତ ଏହି ସବୁ ଗ୍ରାମର ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା ଓ ବଜାର ସଉଦା ପାଇଁ ଆନ୍ଧ୍ର କୁରୁଡାଲ ଦେଇ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ପୂର୍ବରୁ ଏହି ସବୁ ଗ୍ରାମର ଲୋକମାନେ ଦୁର୍ଗମ ଜଙ୍ଗଲ ମଧ୍ୟରେ ରହୁଥିଲେ। ପ୍ରଶାସନ ଲୋକଙ୍କୁ ପାହାଡ ତଳ ଅଂଶକୁ ଆସିବାକୁ ପ୍ରବତାଇବା ପରେ ଆଠରୁ ଊର୍ଦ୍ଧ୍ବ ଗ୍ରାମର ଲୋକମାନେ ନଦୀ ପାର୍ଶ୍ୱରେ ପୂର୍ବ ଗ୍ରାମ ନାମରେ ବସତି ସ୍ଥାପନକରିଛନ୍ତି। ତେବେ ଗୁଡିପଦର ଗ୍ରାମରେ ପିଲାଙ୍କ ପାଠ ପଢା ପାଇଁ ନିର୍ମାଣ ହୋଇ ଥିବା ସ୍କୁଲ ଘର ତିତଲି ପର ଠାରୁ ଭାଙ୍ଗି ରହିଛି।ଏପରିକି ଆମ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲି ନଥିବା ବେଳେ ଆନ୍ଧ୍ରରେ ଖୋଲିବା ଯୋଗୁଁ ତିରିଶି ରୁ ଉର୍ଦ୍ଧ ପିଲା ନଦୀ ପାରହୋଇ ଆନ୍ଧ୍ର ପୁରୁଣାଗଡ଼ ବିଦ୍ୟାଳୟ କୁ ନିୟମିତ ଯାଉଛନ୍ତି। ଏହି ଗ୍ରାମ ମଧ୍ୟରୁ ଗୁଡିଖଳା ଗ୍ରାମଟି ଦୁଇ ରାଜ୍ୟର ୩ ପଞ୍ଚାୟତ ସମିତି ଅଧୀନରେ ରହିଛି। କେତେକ ଗ୍ରାମକୁ ଗଜପତି ଜିଲାରୁ ବିଦ୍ୟୁତ ସଂଯୋଗ ରହିଛି। ତେବେ ଗଜପତି ଜିଲା କଣ୍ଟା କୁମ୍ଭରୁ ଜଙ୍ଗଲ ପଥରେ ପ୍ରାୟ ୧୫ କିଲୋମିଟର ଦେଇ ବିଦ୍ୟୁତ ତାର ଟଣା ଯୋଗୁଁ ବିଭିନ୍ନ ସମୟରେ ଠିକ ଭାବେ ସେବା ମିଳୁନଥିବା ଅଭିଯୋଗ ହେଉଛି। ଓଡ଼ିଶାରୁ ଏହି ସବୁ ଗ୍ରାମକୁ ପକ୍କା ରାସ୍ତା ଟିଏ ନାହିଁ। ଏହା ଫଳରେ ଲୋକଙ୍କ ପଥ କଷ୍ଟ ଲାଗି ରହିଛି। ଏପରିକି ଏହି ସମସ୍ତ ଗ୍ରାମକୁ ସେହି ଅଞ୍ଚଳ ମଧ୍ୟରେ ଭଲ ରାସ୍ତା ନିର୍ମାଣ ହୋଇ ନାହିଁ। କେତେକ ଗ୍ରାମକୁ ୫ରୁ ୧୦ କିଲୋମିଟର ଜଙ୍ଗଲ ଘାଟି ରାସ୍ତାରେ ଯିବାକୁ ପଡୁଛି। ଲୋକଙ୍କ ଅସୁବିଧା ଯାତାୟତ ଯୋଗୁଁ ଉପୁଜିଥିବା ସମସ୍ୟାକୁ ଦେଖି ପକ୍କାରାସ୍ତା ନିର୍ମାଣପାଇଁ ଚିକିଟି ବିଧାୟିକା ଉଷା ଦେବୀ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସଚିବଙ୍କୁ ପତ୍ର ଲେଖିଛନ୍ତି। ଲୋକଙ୍କ ଯାତାୟତ ପାଇଁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରାଯାଇଗଲେ ସେମାନଙ୍କ ଦୁଃଖ ଦୂର ହୋଇ ପାରିବ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories