www.samajalive.in
Monday, December 15, 2025
14.1 C
Bhubaneswar

ପୁଣି କଙ୍ଗନାଙ୍କ ପ୍ରଶ୍ନ, ୧୯୪୭ରେ ଭାରତ କେଉଁ ଯୁଦ୍ଧ ଜିତିଥିଲା କୁହନ୍ତୁ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ବିବାଦୀୟ ମନ୍ତବ୍ୟ ସପକ୍ଷରେ ଅଟଳ ରହିଛନ୍ତି। ଏହା ସପକ୍ଷରେ ଯୁକ୍ତି ରଖି ସେ ପ୍ରଶ୍ନ କରିଛନ୍ତି ଯେ ୧୯୪୭ରେ କେଉଁ ଯୁଦ୍ଧ ଜିତି ଭାରତ ସ୍ବାଧୀନ ହୋଇଥିଲା ? ଭାରତୀୟ ନ୍ୟାସନାଲ ଆର୍ମି ପକ୍ଷରୁ ଏକ ଛୋଟ ଲଢ଼େଇ ହୋଇଥିଲା। ଏଥିରେ ଜିତିଥିଲେ ସୁଭାଷ ବୋଷ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ; କିନ୍ତୁ ତାହା ହୋଇ ନ ଥିଲା। ସେତେବେଳେ ଭଗତ ସିଂହ କିମ୍ବା ମହାତ୍ମା ଗାନ୍ଧୀ ତାଙ୍କୁ ସମର୍ଥନ କରି ନ ଥିଲେ। ମହାତ୍ମା ଗାନ୍ଧୀଙ୍କ ଯୋଗୁଁ ଭଗତ ସିଂହଙ୍କ ମୃତ୍ୟୁ ଘଟିଥିଲା। ସୁଭାଷ ବୋଷଙ୍କୁ ଗାନ୍ଧିଜୀ ସାହାଯ୍ୟ କରି ନ ଥିଲେ। ୧୮୫୭ରେ ଏକମାତ୍ର ମିଳିତ ସଂଗ୍ରାମ ହୋଇଥିଲା। ୧୯୪୭ରେ କିଛି ବି ହୋଇ ନାହିଁ। ବ୍ରିଟିଶ ଶାସନ ଭାରତକୁ ଶୋଷଣର ଚରମ ସୋପାନରେ ପହଞ୍ଚିଥିଲେ। ଭିକ୍ଷା ପାଇଲା ଭଳି ଭାରତକୁ ସ୍ବାଧୀନତା ମିଳିଥିଲା। ସେତେବେଳେ କୌଣସି ସଂଗ୍ରାମ ହୋଇ ନାହିଁ। ତାଙ୍କ ପ୍ରଶ୍ନର ଉତ୍ତର ଦେଲେ ସେ କ୍ଷମା ମାଗିବା ସହ ପଦ୍ମଶ୍ରୀ ପ୍ରତ୍ୟାହାର କରିଦେବେ। ପୁନଶ୍ଚ ପୂର୍ବ ମନ୍ତବ୍ୟରେ ଯଦି କୌଣସି ଦେଶଦ୍ରୋହ କିମ୍ବା ମହାତ୍ମା ଗାନ୍ଧୀଙ୍କ ଭଳି ସଂଗ୍ରାମୀଙ୍କୁ ଅପମାନ କରିଥିବାର ପ୍ରମାଣ ଦିଆଯାଏ; ତେବେ ସେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବେ ବୋଲି କହିଛନ୍ତି। ୨୦୧୪ରେ ଭାରତବାସୀ ବାସ୍ତବ ସ୍ବାଧୀନତା ପାଇଛନ୍ତି ବୋଲି ତାଙ୍କର ଉକ୍ତି ଯଥାର୍ଥ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି। ଏହି ସମୟରେ ଏକ ମୃତ ସଭ୍ୟତା ପୁନର୍ଜୀବନ ପାଇଲା ବୋଲି ଯେ ଯୁକ୍ତି କରିଛନ୍ତି।

କଙ୍ଗନାଙ୍କ ଅଜବ ଯୁକ୍ତି ସହ ତାଳଦେଇ ଏହି ନିଆଁରେ ଘିଅ ଢ଼ାଳିଛନ୍ତି ଅଯୋଧ୍ୟା ରାମଜନ୍ମଭୂମି ମନ୍ଦିରର କୋଷାଧ୍ୟକ୍ଷ ତଥା ଶ୍ରୀ ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ଗୋବିନ୍ଦ ଦେବଗିରି ମହାରାଜ। ସେ କହିଛନ୍ତି ଯେ ଭାରତ ମାତା ୭୦ ବର୍ଷ ହେବ ଦୁଃଖରେ ଥିଲେ। ୨୦୧୪ ପରେ ହସିବା ଆରମ୍ଭ କରିଛନ୍ତି। ପୁଣେଠାରେ ଶୁକ୍ରବାର ‘ସମଗ୍ର ବନ୍ଦେ ମାତରମ୍‌’ ଗ୍ରନ୍ଥ ପ୍ରକାଶନ ସମାରୋହରେ ଯୋଗଦେଇ ଗୋବିନ୍ଦ କହିଛନ୍ତି ଯେ ବନ୍ଦେ ମାତରମ୍‌ରେ ଉଲ୍ଲେଖ କରାଯାଇଥିବା ଅନେକ ବିଶେଷଣ ଆଜି ପ୍ରଯୁଜ୍ୟ ନୁହେଁ। ଭାରତ ମାତା ଏବେ କାନ୍ଦୁଛନ୍ତି। ତାଙ୍କ ମୁହଁରେ ହସ ନାହିଁ। ବନ୍ଦେ ମାତରମ୍‌ର ପ୍ରତ୍ୟେକ ବିଶେଷଣ ଯେମିତି ସତ୍ୟ ହେଉ, ଏହା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଆମ ପରମ୍ପରାକୁ ଆଘାତ କରି, ଇତିହାସ ଓ ଭୂଗୋଳକୁ ଅପଭ୍ରଂଶ କରି, ଆମ ତୀର୍ଥକ୍ଷେତ୍ରକୁ ଅପମାନିତ କରି ପୂର୍ବ ସରକାର ଯେଉଁ ପାପ କରିଛନ୍ତି ତାହାର ଫଳ ଏବେ ଭୋଗୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories