www.samajalive.in
Sunday, December 14, 2025
19.1 C
Bhubaneswar

ଗବେଷଣାରେ ଜ୍ଞାନର ପରିସୀମା ପ୍ରସାରିତ ହୋଇପାରିବ – ରାଜ୍ୟପାଳ

ଭୁବନେଶ୍ବର: ଜ୍ଞାନର ଆଧ୍ୟାତ୍ମିକକରଣ ଏବଂ ଏହାକୁ ସର୍ବମଙ୍ଗଳମୟ କରିବା ଆବଶ୍ୟକ। ଗବେଷଣା ମାଧ୍ୟମରେ ଜ୍ଞାନର ପରିସୀମାକୁ ଆହୁରି ପ୍ରସାରିତ କରାଯାଉ ଏବଂ ଗବେଷଣାର ଫଳ ସମଗ୍ର ବିଶ୍ବର ମଙ୍ଗଳ ଭିତ୍ତିକ ହେଉ। ବିଭିନ୍ନ ବିଷୟରେ ମୌଳିକ ଗବେଷଣା ଏକାନ୍ତ ଆବଶ୍ୟକ। ଗବେଷକମାନେ ସେମାନଙ୍କ ଗବେଷଣାରେ ମୌଳିକତାକୁ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ। କେବଳ ଭୌତିକ ବିକାଶ ପାଇଁ ଚେତନାଗତ ଗବେଷଣାର ମୂଳ ଲକ୍ଷ୍ୟ ହେଉ ବୋଲି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ବାଣୀବିହାର ଦୀକ୍ଷାନ୍ତ ଭବନରେ ଆଜି ‘ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୧’ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଥିଲେ, ବର୍ତ୍ତମାନ ସମୟ ହିଁ ସବୁଠୁ ଶ୍ରେଷ୍ଠ ସମୟ. ତାହା ହିଁ ହେଉଛି ଚେତନା। ଏହାକୁ କେନ୍ଦ୍ରକରି ଗବେଷକ ନିଜର ଅନ୍ବେଷଣ ଜାରି ରଖିବା ଦରକାର। ଯେଉଁଠି ଜଣେ ଗବେଷକ ଚେତନାଗତ ସ୍ତରର ଊର୍ଦ୍ଧ୍ବତମ ପର୍ଯ୍ୟାୟକୁ ଯାଇ ସମସ୍ତଙ୍କ ସହ ଭାବ ବିନିମୟ କରିପାରିବ। ମୁଖ୍ୟବକ୍ତା ଭାବେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର ନିର୍ଦେଶକ ଅଜିତ କୁମାର ମହାନ୍ତି ଗବେଷଣା କ୍ଷେତ୍ରରେ ନୂଆ ଦିଗ ଉନ୍ମୋଚନ ହୋଇ ତାହା କିଭଳି ମାନବ ସମାଜ ହିତରେ ଲାଗିପାରି ସେଥିପ୍ରତି ଗବେଷକମାନେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଗବେଷଣାତ୍ମକ ଯୋଜନା ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଫେସର ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୧ରେ ବିଭିନ୍ନ ବିଶ୍ବବିଦ୍ୟାଳୟର ୧୭୦ଜଣ ଗବେଷକ ସେମାନଙ୍କ ଗବେଷଣାର ପୋଷ୍ଟର ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି।

- Advertisement -

 

 

 

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories