www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ବେଣ୍ଟି୨୦ ବିଶ୍ବକପ, ଆଜି ଫାଇନାଲ

ପ୍ରଥମ ଟ୍ରଫି ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ

ଦୁବାଇ: ଚଳିତ ଟ୍ବେଣ୍ଟି୨୦ ବିଶ୍ବକପରେ ଏଥର ଆମକୁ ମିଳିବ ନୂଆ ବିଜେତା। ଏହି ବିଶ୍ବକପ ଫାଇନାଲରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ଦୁଇ ପଡ଼ୋଶୀ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ। ଉଭୟ ଦଳ ମଧ୍ୟରୁ ଯିଏ ବି ବିଜେତା ହୁଅନ୍ତୁ ନା କାହିଁକି; ଉକ୍ତ ଦଳ ଟ୍ବେଣ୍ଟି୨୦ ବିଶ୍ବକପରେ ନୂଆ ବିଜେତାର ମାନ୍ୟତା ପାଇବ। ସେମିଫାଇନାଲରେ ଉଭୟ ଦଳ ରୋମାଞ୍ଚକର ଢଙ୍ଗରେ ବିପକ୍ଷ ଦଳକୁ ପରାସ୍ତକରି ଫାଇନାଲରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ୨ୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଫାଇନାଲ ଖେଳିବ। ଉଭୟ ଦଳ ପ୍ରଥମଥର ଟ୍ରଫି ଜିତିବା ନେଇ ଦୃଢ଼ ଆଶାବାଦୀ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

୫ଥର ଦିନିକିଆ ବିଶ୍ବକପ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଚମ୍ପିଆନ ହୋଇନାହିଁ। ଅଷ୍ଟ୍ରେଲିଆ ୨୦୦୭ରେ ସେମିଫାଇନାଲରୁ, ୨୦୦୯ରେ ସୁପର-୮ରୁ ବିଦାୟ ନେଇଥିବା ବେଳେ ୨୦୧୦ରେ ଫାଇନାଲରେ ପହଞ୍ଚିଥିଲା। ଫାଇନାଲରେ ଇଂଲଣ୍ଡ ନିକଟରୁ ୭ ୱିକେଟରେ ପରାଜିତ ହୋଇ ରନର୍ସଅପ ହୋଇଥିଲା। ୨୦୧୨ରେ ଦଳ ସେମିଫାଇନାଲରୁ, ୨୦୧୪ ଓ ୨୦୧୬ରେ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଅଷ୍ଟ୍ରେଲିଆ ୨ୟ ଥର ପାଇଁ ଫାଇନାଲରେ ପହଞ୍ଚିଛି।

- Advertisement -

ନ୍ୟୁଜିଲାଣ୍ଡ ୨୦୦୭ରେ ସେମିଫାଇନାଲରୁ ବିଦାୟ ନେଇଥିବା ବେଳେ ୨୦୦୯ରେ ସୁପର-୮ରୁ, ୨୦୧୦ରେ ସୁପର-୮ରୁ, ୨୦୧୨ରେ ସୁପର-୮ରୁ, ୨୦୧୪ରେ ଲିଗ୍‌ ପର୍ଯାୟରୁ ଓ ୨୦୧୬ରେ ସେମିଫାଇନାଲରୁ ବିଦାୟ ନେଇଥିଲା। ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଓପନର ମାର୍ଟିନ ଗପ୍‌ଟିଲ ଓ ଡ୍ୟାରିଲ ମିଚେଲ କିଛି ମ୍ୟାଚ୍‌ରେ ଦଳକୁ ଭଲ ପ୍ରାରମ୍ଭ ଦେଇଛନ୍ତି। ଡେଭନ କନୱେ ଆହତ ହୋଇ ବାଦ୍‌ପଡ଼ିବା ଦଳକୁ ଧକ୍କା ଲାଗିଥିଲେ ମଧ୍ୟ ତାଙ୍କ ସ୍ଥାନରେ ଟିମ୍‌ ସୈଫର୍ଟ ଆକ୍ରମଣାତ୍ମକ ବ୍ୟାଟିଂ କରିପାରନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories