www.samajalive.in
Sunday, December 14, 2025
17.1 C
Bhubaneswar

ପଟ୍ଟଚିତ୍ର ଏବଂ ମୁଖା ଶିଳ୍ପୀଙ୍କ ପରଲୋକ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ଗାଡ଼ିଆ ଗ୍ରାମର ବରିଷ୍ଠ ପଟ୍ଟଚିତ୍ର ଏବଂ ମୁଖାଶିଳ୍ପୀ ଭରତ ମହାପାତ୍ର (୯୧)ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ଆଜି ତାଙ୍କ ବାସଭବନରେ ମୃତ୍ୟୁ ହୋଇଯାଇଛି। ସେ ପାରମ୍ପରିକ କାଠମୁଖା, କାଗଜ ମୁଖା, ପଟ୍ଟଚିତ୍ର ଓ କାଠ ମୂର୍ତ୍ତି ଶିଳ୍ପର ଜଣେ ପ୍ରସିଦ୍ଧ କଳାକାର ଥିଲେ। ତାଙ୍କ କଳାକୃତି ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତ ଓ ପ୍ରଶଂସିତ ହୋଇଥିଲା। ନିଜ ଗ୍ରାମକୁ ଏକ ଶିଳ୍ପୀ ଗ୍ରାମ ଭାବରେ ପରିଚିତ କରିବା ଦିଗରେ ସେ ସଫଳ ହୋଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଓ ପୁତ୍ରବଧୁ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ କାଗଜ ମୁଖା ଶିଳ୍ପରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା ବେଳେ ଅନ୍ୟ କେହି ତାକୁ ପୁରଣ କରିପାରିବେ ନାହିଁ ବୋଲି ଗ୍ରାମବାସୀ ମାନେ ମତ ପ୍ରକାଶ କରିଛନ୍ତି। ଆଞ୍ଚଳିକ ଶିଳ୍ପଦ୍ୟୋଗୀ ସଂଘ ତଥା ତାଙ୍କ ଶିଷ୍ୟମାନଙ୍କ ତରଫରୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories