MEllora 950×100

ଦୁଇଟି ପାୱାରଟିଲର ଓ ହାଇୱା ଜବତ

ବେଗୁନିଆ: ବେଗୁନିଆ ତହସିଲ ଅଂଚଳରେ ଥିବା ବେଆଇନ ପଥର ଖଣିରୁ ମାଫିଆମାନେ ଦୈନନ୍ଦିନ ପଥର କାଟି ଚୋରା ଚାଲାଣ କରୁଛନ୍ତି। ଏଥିରେ ସରକାର ବହୁ ରାଜସ୍ୱ ହରାଉଥିବାର ଜଣାପଡିଛି। ସରକାର କୃଷି କାର୍ଯ୍ୟ ପାଇଁ ସବସିଡରେ ଦେଉଥିବା ପାୱାରଟିଲରକୁ ପଥର ମାଫିଆମାନେ ପଥର କାଟିବା କାର୍ଯ୍ୟରେ ଲଗାଉଛନ୍ତି। ଆଜି ରାଉତପଡାରେ ଥିବା ବେଆଇନ ପଥର ଖଣିରେ ଦୁଇଟି ପାୱାରଟିଲର ଦ୍ୱାରା ପଥର କଟାଯାଉଥିବା ବେଳେ ତହସିଲ କର୍ମଚାରୀମାନେ ଖବର ପାଇ ପାୱାର ଟିଲର ଦୁଇଟି ଏବଂ ରାଉତପଡା ଠାରୁ ଏକ ବୋଲଡର ବୋଝେଇ ହାଇୱା ଜବତ କରି କାର୍ଯ୍ୟାଳୟକୁ ଆଣିଛନ୍ତି।

Comments are closed.