www.samajalive.in
Monday, December 15, 2025
16.1 C
Bhubaneswar

ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ଚୌଦ୍ୱାରରେ ଭବ୍ୟ ସମ୍ବର୍ଦ୍ଧନା

ଚୌଦ୍ୱାର : ସୁପ୍ରତିଷ୍ଠିତ ପାରମ୍ପରିକ ଚଇତି ଘୋଡ଼ା ନୃତ୍ୟଶିଳ୍ପୀ ଡ. ଉଚ୍ଛବ ଚରଣ ଦାସ ଭାରତର ମହା ମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରି ଚୌଦ୍ୱାରରେ ପହଞ୍ଚିବାପରେ ଚୌଦ୍ୱାର ଅଞ୍ଚଳବାସୀଙ୍କ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି ।ସ୍ୱେଚ୍ଛାସେବୀ ଅନୁଷ୍ଠାନ ପବ୍ଲିକ୍ ୱେଲଫେୟାର ସୋସାଇଟି ଓ ବାଜି ରାଉତ ଯୁବକ ସଂଘ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ଦାସ ଗୁରୁବାର ସଂଧ୍ୟାରେ ଚୌଦ୍ୱାରର ପ୍ରବେଶ ପଥ ବିରୂପା ବ୍ୟାରେଜ ନିକଟରେ ପହଞ୍ଚିବା ପରେ ଅପେକ୍ଷାରତ ଯୁବଗୋଷ୍ଠି ଓ ଅଞ୍ଚଳବାସୀ ତାଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ । ପରେପରେ ଏକ ବାଇକ୍ ଶୋଭାଯାତ୍ରାରେ ତାଙ୍କୁ ଚୌଦ୍ୱାର ଅଞ୍ଚଳ ପରିକ୍ରମା କରାଯାଇଥିଲା। ତଳ ବଜାର, ବଡ଼ ବଜାର,ମଙ୍ଗଳାସାହି,ଓଟିଏମ୍ ବଜାର,ଗାନ୍ଧୀଛକ ଆଦି ସ୍ଥାନରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଶିଶୁ ସଦନ ଠାରେ ଡ. ଦାସଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ପିଡବ୍ୁଏସ୍ ଓ ବାଜି ରାଉତ କ୍ଲବ୍ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟଯେ ଚୌଦ୍ୱାର ତଳବଜାର ନିବାସୀ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ ପାରମ୍ପରିକ ଲୋକନୃତ୍ୟ ଚଇତି ଘୋଡ଼ା ନାଚର ସୁରକ୍ଷା, ବିକାଶ ଓ ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ଏହି ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛନ୍ତି। ସେ ମଧ୍ୟ ଜଣେ ଉଚ୍ଚକୋଟିର ଚଇତି ଘୋଡ଼ା ଲୋକ ସଂଗୀତର ଲେଖକ ଓ ଗାୟକ ଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପରେ ଚୌଦ୍ୱାର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories