www.samajalive.in
Monday, December 15, 2025
16.1 C
Bhubaneswar

ଶୁକ୍ରବାର ରାଶିଫଳ (୧୨/୦୯/୨୦୨୧)

ମେଷ :  ଶୁଭ ଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ମିଳିବ।

ବୃଷ : ଦାନ-ଧର୍ମରେ ଦୀକ୍ଷିତ ହୋଇ ପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ।

ମିଥୁନ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ଲୋକସମ୍ପର୍କ ଅଧିକତର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦରେ ବିଜୟୀ ହେବେ।

କର୍କଟ :  ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି ଆନନ୍ଦ ଉତ୍ସବରେ ଯୋଗଦେବେ। ଆର୍ଥିକ ସ୍ଥିତି ବିଳମ୍ବରେ ସୁଧାର ଆସିବ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ସିଂହ : ଆଜି ଦିନ ଭିତରେ ଯାହା କିଛି ଘଟଣା ଘଟିବ, ତାହା ସୁଖବୋଧ ହୋଇପାରେ। କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ି ତୋଳିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

କନ୍ୟା : ପରାମର୍ଶ ନେଇ କାର୍ଯ୍ୟ କଲେ କର୍ମକ୍ଷେତ୍ରରେ ସଫଳ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ତୁଳା : ବିଭିନ୍ନ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାଭ୍ୟାସୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ।

ବିଛା : ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ପ୍ରଥମେ ଭଲ ବୁଝାମଣା ଘଟିପାରେ। ସୁଧାର ଆସିବ। ଯାନବାହନ ସୁଖ ମିଳିପାରେ। କୃଷି ଉତ୍ପାଦ ପଦାର୍ଥ ଲାଭଜନକ ହେବ।

ଧନୁ : କାର୍ଯ୍ୟରେ ସଫଳତା ମିଳିବ। ଶୁଭକାର୍ଯ୍ୟ ସମ୍ପାଦନ ପାଇଁ ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ମକର : କର୍ମକ୍ଷେତ୍ର ଉତ୍ସାହଜନକ ହେବ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ତ୍ୟାଗଶୀଳ ହୋଇପାରନ୍ତି। ମତିମାନ ହେବେ। କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

ମୀନ : ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ଧନଯୁକ୍ତ ହେବେ। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହୋଇପରନ୍ତି। ଧର୍ମୀୟ କାର୍ଯ୍ୟରେ ନିର୍ଲୋଭରେ ଧନ ବ୍ୟୟ କରିବେ। ଶତ୍ରୁ ବିରୋଧରେ ଯାତ୍ରା ଶୁଭଦାୟକ ହେବ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories