www.samajalive.in
Sunday, December 7, 2025
26.1 C
Bhubaneswar

୫ ଫୁଟର ନାଗ ସାପ ଉଦ୍ଧାର

ସାରନଗରୀ : ରାଜଗାଙ୍ଗପୁରସ୍ଥିତ ବଗିଚାପଡ଼ା ଅଂଚଳରୁୁ ଆଜି ଏକ ନାଗ ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ପ୍ରାୟ ୫ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ରାଗଗାଙ୍ଗପୁର ବଗିଚାପଡ଼ା ଅଂଚଳରେ ବାସ କରୁଥିବା ଦୀନେଶ ସାହୁ ତାଙ୍କ ଷ୍ଟୋର ରୁମରେ ଏକ ନାଗ ସାପଟିକୁ ଦେଖିବାକୁ ପାଇଥିଲେ । ସେ କାଳବିଳମ୍ବ ନକରି ଏହି ଘଟଣା ସମ୍ପର୍କରେ ସ୍ୱେଛାସେବୀ ତଥା ବରିଷ୍ଠ ସାପଧରାଳୀ ଦେବାନନ୍ଦ ବେହେରାଙ୍କୁ ଫୋନ ଯୋଗେ ଖବର ଦେଇଥିଲେ । ସୂଚନା ପାଇ ସାପଧରାଳୀ ଶ୍ରୀ ବେହେରା ଘଟଣା ସ୍ଥଳରେ ପହଂଚି ସାପ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ । କିଛି ସମୟ ପରେ ପାଂଚ ଫୁଟର ଉକ୍ତ ନାଗ ସାପକୁ ଆୟତକୁ ଅଣା ଯାଇଥିଲା । ଏହା ପରେ ବନବିଭାଗ ସହାୟତାରେ ନାଗସାପକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories