www.samajalive.in
Saturday, December 6, 2025
15.1 C
Bhubaneswar

ଗୋଟିଏ ଗଛରେ ୩ଟି କଳାନାଗ

ମୁମ୍ବଇ : ସୋସିଆଲ ମିଡିଆରେ ଅନେକ ସମୟରେ ଏପରି ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ, ଯାହା ଲୋକେ ବେଶ ପସନ୍ଦ କରିବା ସହ ଆଶ୍ଚର୍ଯ୍ୟଚକିତ ହୋଇଥାଆନ୍ତି। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋରେ ଦେଖାଯାଉଛି, ୩ଟି କଳାରଙ୍ଗର ନାଗ ସାପ ଏକାସହ ଏକ ଗଛରେ ଛୁଲିବା ଭଳି ରହିଛନ୍ତି। ଏହି ଫଟୋ ମହାରାଷ୍ଟ୍ରର ମେଲଘାଟର ଜଙ୍ଗଲର ବୋଲି ଜଣାପଡିଛି। ଜଣେ ଆଇଏଫଏସ ଏହି ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଦୁର୍ଲ୍ଲଭ ଫଟୋକୁ ଦେଖିବା ପରେ କିଛି ଲୋକେ ଭୟଭୀତ ହେବା ଭଳି କଥା ମଧ୍ୟ ପୋଷ୍ଟ କରିଛନ୍ତି। ଏଯାଏଁ ୫ ହଜାର ଲୋକେ ଏହି ଫଟୋକୁ ଦେଖିବା ସହ ପସନ୍ଦ କରିଛନ୍ତି। ସେମାନଙ୍କ ମଧ୍ୟରେ ୩୮୨ ଲୋକେ ଏହାକୁ ନେଇ ଟ୍ୱିଟ ମଧ୍ୟ କରିଛନ୍ତି। କିଛି ଲୋକେ ଏହାକୁ ଦେଖି ବାସ୍ତବରେ ସତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ? ସାପ ବିଶେଷଜ୍ଞଙ୍କ ମତରେ ଭାରତରେ ଗାଢ କଳାରଙ୍ଗର ନାଗସାପ ଖୁବ କମ ଦେଖାଯାଆନ୍ତି। ମେଲଘାଟ ଜଙ୍ଗଲ ନିକଟରେ ରହୁଥିବା ଲୋକଙ୍କ ମତାନୁଯାୟୀ,ସେମାନେ ଅଧିକାଂଶ ସମୟ ଏଠାରେ କଳାରଙ୍ଗର ନାଗ ସାପ ଦେଖିବାକୁ ମିଳିଥାଏ। ମାତ୍ର ୩ଟି କଳାରଙ୍ଗର ସାପ ଏକାସହ ଦେଖିବା ଦୁର୍ଲ୍ଲଭ ଅଟେ। ମେଲଘାଟ ଅମରାବତୀ ଜିଲା ଅନ୍ତର୍ଗତ। ମେଘଘାଟ ଟାଇଗର ପ୍ରୋଜେକ୍ଟ ୪୬ ବର୍ଷ ହେବ ବାଘ ମାନଙ୍କ ସଂରକ୍ଷଣ ବିଶେଷ ଭୂମିକା ପ୍ରଦାନ କରିଥାଏ। ଏଠାରେ ବିଭିନ୍ନ ପ୍ରକାର ବନ୍ୟଜୀବଙ୍କର ପ୍ରଜାତି ଦେଖାଯାଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories