www.samajalive.in
Monday, December 15, 2025
15.1 C
Bhubaneswar

ମ୍ୟାରି କମ୍‌ ପଦ୍ମବିଭୂଷଣ; ସିନ୍ଧୁ ପଦ୍ମଭୂଷଣ ; ୬ କ୍ରୀଡ଼ାବିତ୍‌ ପଦ୍ମଶ୍ରୀ ପାଇଲେ

ନୂଆଦିଲ୍ଲୀ : ଖ୍ୟାତନାମା ମହିଳା ବକ୍ସର ଏମ୍.ସି. ମ୍ୟାରି କମ୍ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି। ସୋମବାର ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମ୍ୟାରି କମ୍‌ଙ୍କ ସହ ଅନ୍ୟ କୃତୀ ବ୍ୟକ୍ତିତ୍ବମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ମଣିପୁରର ୩୭ ବର୍ଷ ବୟସ୍କା ମ୍ୟାରି କମ୍ ଲଣ୍ଡନ୍ ଅଲିମ୍ପିକ୍‌ସରେ‌େ‌ ଦେଶ ପାଇଁ ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ ୬ ଥର ବିଶ୍ବ ଚମ୍ପିଆନ୍ ହୋଇଛନ୍ତି। ମ୍ୟାରି କମ୍ ୨୦୧୩ରେ ପଦ୍ମଭୂଷଣ ପୁରସ୍କାର ପାଇଥିବା ବେଳେ ୨୦୦୬ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ସୋମବାର ପଦ୍ମଭୂଷଣ ପୁରସ୍କାର ପାଇଛନ୍ତି। ଏକମାତ୍ର ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସିନ୍ଧୁ ୨୦୧୯​‌େ​‌ର ବିଶ୍ବ ଚମ୍ପିଆନ୍ ହୋଇଥିଲେ। ପୁଣି ଦେଶର ଏକମାତ୍ର କ୍ରୀଡ଼ାବିତ୍‌ ଭାବେ ସିନ୍ଧୁ ୨ଟି ଅଲିମ୍ପିକ୍‌ ପଦକ ଜିତିଛନ୍ତି। ବିଶ୍ବ ଚମ୍ପିଆନ୍‌ସିପ୍‌ରେ ସିନ୍ଧୁ ୨ ଥର ରୌପ୍ୟ ଓ ୨ ଥର ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ୨୦୧୫ରେ ସିନ୍ଧୁ ପଦ୍ମଶ୍ରୀ ପାଇଥିଲେ। ଉପରୋକ୍ତ ୨ କ୍ରୀଡ଼ାବିତ୍‌ଙ୍କୁ ଛାଡ଼ି ଆଉ ୬ କ୍ରୀଡ଼ାବିତ୍ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ସେମାନେ ହେଲେ ପୂର୍ବତନ ମହିଳା ଫୁଟ୍‌ବଲ ଅଧିନାୟିକା ଓଇନାମ୍ ବେମ୍‌ବେମ୍ ଦେବୀ, ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ, ତୀରନ୍ଦାଜ ତରୁଣଦୀପ ରାୟ, ପୂର୍ବତନ ଭାରତୀୟ ଫାଷ୍ଟବୋଲର ଜାହିର ଖାଁ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଏମ୍.ପି. ଗଣେଶ ଓ ନାମୀ ସୁଟର ଜିତୁ ରାୟ। ୨୦୨୦ ସାଧାରଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରା ଯାଇଥିଲେ ହେଁ କରୋନା ସଂକ୍ରମଣ ଯୋଗୁଁ ପୁରସ୍କାର ପ୍ରଦାନ ସମ୍ଭବ ହୋଇନଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories