www.samajalive.in
Sunday, December 14, 2025
26.1 C
Bhubaneswar

୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ

ଲାହୋର : ଦୀର୍ଘ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବା ପାଇଁ ରାଜିହୋଇଛି ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ। ଆସନ୍ତାବର୍ଷ ଏକ ପୂର୍ଣ୍ଣ ସିରିଜ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ ଆସିବ। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏପରି ଖବର ପାଇଁ ଉଲ୍ଲସିତ ହୋଇପଡ଼ିଛି। କିଛିମାସ ତଳେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ ସେମାନଙ୍କ ନିରାପତ୍ତା ପ୍ରତି ଆଶଙ୍କାର ଆଳ ଦେଖାଇ ଶେଷ ମୁହୂର୍ତ୍ତରେ ପାକିସ୍ତାନ ଗସ୍ତରୁ ଓହରି ଯାଇଥିଲେ। ଏହାକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।
୧୯୯୮ରେ ପାକିସ୍ତାନ କ୍ରିକେଟ୍‌ ଦଳ ଶେଷଥର ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ୨୦୨୨ ମାର୍ଚ୍ଚରେ ପାକିସ୍ତାନ ଗସ୍ତରେ ଯାଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଅନ୍ତର୍ଗତ ୩ଟି ଟେଷ୍ଟମ୍ୟାଚ୍‌ ଖେଳିବ। ଏହି ୩ଟି ଟେଷ୍ଟମ୍ୟାଚ୍‌ କରାଚି (ମାର୍ଚ୍ଚ ୩ରୁ ୭), ରାୱଲପିଣ୍ଡି (ମାର୍ଚ୍ଚ ୧୨ରୁ ୧୬) ଓ ଲାହୋର (ମାର୍ଚ୍ଚ ୨୧ରୁ ୨୫)ରେ ଖେଳାଯିବ। ଏହାପରେ ଲାହୋରରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୫ ମଧ୍ୟ​‌େ​‌ର ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ସୀମିତ ଓଭର ମ୍ୟାଚ୍‌ ଖେଳାଯିବ। ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ପହଞ୍ଚି ମ୍ୟାଚ୍‌ ଖେଳିବା ପାଇଁ ଅପେକ୍ଷା କରିଥିଲା। ହେଲେ ଏକ ଆକ୍ରମଣ ଧମକ ପରେ ଗସ୍ତକୁ ବାତିଲକରି ନ୍ୟୁଜିଲାଣ୍ଡ ଦଳ ସ୍ବଦେଶ ଫେରି ଯାଇଥିଲା। ପୁଣି ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇ ସୀମିତ ଓଭର ସିରିଜ୍ ଖେଳିବାର ଥିଲା। ହେଲେ ଇଂଲଣ୍ଡ ଦଳ ମଧ୍ୟ ସେମାନଙ୍କ ନିରାପତ୍ତା ପ୍ରତି ଆଶଙ୍କା ରହିଛି ବୋଲି ଅଭିଯୋଗ କରି ଗସ୍ତରୁ ଓହରି ଯାଇଛି। ଫଳରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଉଭୟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦଳ ବିରୋଧରେ ପାକିସ୍ତାନ ଦଳ ପ୍ରତିଶୋଧ ନେବ ବୋଲି ପିସିବି ଘୋଷଣା କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ସୁପର-୧୨ ମ୍ୟାଚ୍‌ରେ ପାକିସ୍ତାନ ଜିତିଥିବା ବେଳେ ଫାଇନାଲରେ ଯଦି ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ଭେଟ ହୁଏ; ତାକୁ ମଧ୍ୟ ପାକିସ୍ତାନ ହରାଇବ ବୋଲି ପିସିବି କହିଛି। ୨୦୦୨ରେ ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ପୂର୍ବରୁ କରାଚିରେ ଏକ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଏହି ସିରିଜ୍‌ ୟୁଏଇକୁ ସ୍ଥାନାନ୍ତର ହୋଇଥିଲା। ୨୦୦୯ରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ୍‌ ବସ୍ ଉପ​‌େ​‌ର ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ପାକିସ୍ତାନରେ ବହୁ ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟ୍‌ ବନ୍ଦ ହୋଇ ଯାଇଥିଲା। ତେବେ ନିରପେକ୍ଷ ସ୍ଥାନରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକାଧିକ ଟେଷ୍ଟ ସିରିଜ୍‌ ଖେଳା ଯାଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories