www.samajalive.in
Monday, December 15, 2025
14.1 C
Bhubaneswar

ବୋମାମାଡ଼ ଓ ଘରପୋଡ଼ି ଘଟଣା : ୪୦ ପରିବାର ପୁରୁଷଶୂନ୍ୟ

ପୁରୀ  : ବୋମାମାଡ଼ ଓ ଘରପୋଡ଼ି ପରେ ଏବେ ପୁରୀ ଜିଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ନାଥପୁର ହରିଜନ ସାହି ପୁରୁଷଶୂନ୍ୟ ହୋଇପଡ଼ିଛି। ଗିରଫ ଭୟରେ ବାସନ୍ଦ ପରିବାରର ପୁରୁଷଲୋକ ଘର ଛାଡ଼ି ଜଙ୍ଗଲକୁ ଚାଲିଯାଇଛନ୍ତି। ୪୦ଟି ପରିବାରର କୁଡ଼ିଆ ଘର ପୋଡ଼ି ପାଉଁଶ ହୋଇଯାଇଛି । ୪୦ ପରିବାର ରହୁଥିବା ବସ୍ତି ଓ ଆଖପାଖ ଅଞ୍ଚଳରେ ୩୬ରୁ ଉର୍ଦ୍ଧ୍ବ ଅଫୁଟା ବୋମାକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରିଛି। ଦୀର୍ଘ ୨୦ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ପୁଲିସ ସେହି ସ୍ଥାନରେ ପହଞ୍ଚିଛି। ବାହାରୁ ରହି ପୁଲିସ ଓ ପ୍ରଶାସନ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘର ଭିତରୁ ଧୂଆଁ ବାହାରୁଥିବା ଖବର ପାଇ ଅଗ୍ନିଶମଦଳ ସେଠାରେ ପହଞ୍ଚି ଆଜି ଲିଭାଇଛନ୍ତି। ପ୍ରଶାସନ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି। ପରିସ୍ଥିତି ଅଶାନ୍ତ ଥିବାରୁ ଘଟଣାସ୍ଥଳରେ ୪ ପ୍ଲାଟୁନ ପୁଲିସ ବାହିନୀ ମୁତୟନ କରାଯାଇଛି। ବୋମା ଓ ଟେକାପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କାଳୁ ଭୋଇ ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୀ- ସାତପଡ଼ା ଜାତୀୟ ରାଜପଥର ଦହିଖିଆ ଛକରୁ ସାତପଡ଼ା ପର୍ଯ୍ୟନ୍ତ ପୁଲିସ ପଇଁତରା ମାରୁଛି। ଉଭୟ ପକ୍ଷରୁ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚାରାଉଚରା କରୁଛି।

ଅପରପକ୍ଷେ ସ୍ଥାନୀୟ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବାସନ୍ଦ ପରିବାର ଓ ୩୫ମୌଜାର ମୁରବିଙ୍କ ସହ ଆଲୋଚନା କରିଛନ୍ତି । ବାସନ୍ଦ ପରିବାର ଏହି ଜାଗା ଛାଡ଼ିବେ ନାହିଁ ବୋଲି ପ୍ରଶାସନକୁ ରୋକଠୋକ ଶୁଣାଇଥିବା ଜଣାପଡିଛି। ଅପରପକ୍ଷେ ସେମାନଙ୍କ ଘର କୃଷ୍ଣପ୍ରସାଦ ତହସିଲ ଅଧୀନରେ ରହିଛି ଓ ବ୍ରହ୍ମପୁର ଗ୍ରାମରେ ଜମିବାଡ଼ି ମଧ୍ୟ ରହିଛି। ଏଣୁ ବ୍ରହ୍ମଗିରି ତହସିଲ ଅଧୀନରେ ଥିବା ସରକାରୀ ଜାଗାରୁ ବାସନ୍ଦ ପରିବାର ତୁରନ୍ତ ହଟିଯାଆନ୍ତୁ ବୋଲି ୩୫ମୌଜାର ଅଧିବାସୀ ପ୍ରଶାସନ ନିକଟରେ ପୁଣିଥରେ ଦାବି କରିଛନ୍ତି। ଏହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ଗଠନ ପାଇଁ ଉଦ୍ୟମ ଜାରି ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ଏବେ ନିୟନ୍ତ୍ରଣ ରହିଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକପ୍ରଫୁଲ୍ଲ କୁମାର ବଡ଼ଜେନା, ସଦର ଏସଡିପିଓ କିଶୋର କୁମାର ମୁଣ୍ଡ ଓ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥୀ ଦୁଇଦିନ ହେବ ଘଟଣାସ୍ଥଳରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories