www.samajalive.in
Monday, December 15, 2025
14.1 C
Bhubaneswar

୧୨ରୁ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ୍‌ ମଧ୍ୟରେ ସ୍ୱତନ୍ତ୍ର ରେଳ

ଭୁବନେଶ୍ୱର : ୧୨ ତାରିଖରୁ ଖଡଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ ମଧ୍ୟରେ ସ୍ୱତନ୍ତ୍ର ରେଳ ଚଳାଚଳ କରିବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ନଂ ୦୮୦୩୭ ଖଡଗପୁର-ଯାଜପୁର କେନ୍ଦୁଝର ରୋଡ ମଧ୍ୟରେ ସ୍ୱତନ୍ତ୍ର ରେଳ ୧୨ ତାରିଖରୁ ଖଡଗପୁରରୁ ଅପରାହ୍ଣ ୪.୧୫ମିନିଟରେ ଛାଡିବ। ଯାଜପୁର କେନ୍ଦୁଝର ରୋଡରେ ରାତି ୯.୪୦ ମିନିଟରେ ପହଞ୍ଚିବ। ୧୩ ତାରିଖରୁ ଏହି ରେଳ ଯାଜପୁର କେନ୍ଦୁଝର ରୋଡରୁ ଭୋର ୬.୧୦ମିନିଟରେ ଛାଡି ଖଡଗପୁରରେ ପୂର୍ବାହ୍ଣ ୧୧ଟାରେ ପହଞ୍ଚିବ। ଏହି ରେଳରେ ୩ଟି ମୋଟର କାର ଏବଂ ୯ଟି ମେମୁ କୋଚ ଉପଲବ୍ଧ ଥିବାବେଳେ ଏହା ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ ମଧ୍ୟରେ ଉଭୟ ପାର୍ଶ୍ବରୁ ହିଜଲି, ବେନାପୁର, ନାରାୟଣଗଡ, ବାଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଆଙ୍ଗୁଆ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ, ଅମର୍ଦା ରୋଡ, ବସ୍ତା, ନୂଆଗାଁ, ମୟୂରଭଞ୍ଜ ରୋଡ, ହଳଦୀପଦା, ଟିକିରିପାଲ, ବାଲେଶ୍ୱର, ନୀଳଗିରି ରୋଡ, ଖନ୍ତାପଡା, ପଣପଣା, ବାହାନଗା ବଜାର,ସୋର, ସାବିରା, ମାର୍କୋଣା, ରାଣୀତାଲ, ଭଦ୍ରକ, ବାଉଦପୁର, କପାଳି ରୋଡ, କେଦୁଆପଦା, ମଞ୍ଜୁରୀ ରୋଡ, ଦୁଲାଖାପାଟଣା, ବୈତରଣୀ ରୋଡ ଏବଂ କୋରେଇ ରେଳ ରହଣିସ୍ଥଳରେ ରହଣି କରିବ। ସେହିପରି ଆସନ୍ତାକାଲିଠାରୁ ହାୱଡା ଓ ଭଦ୍ରକ ମଧ୍ୟରେ ସ୍ୱତନ୍ତ୍ର ରେଳ ଚଳାଚଳ କରିବ। ରେଳ ନଂ ୦୮୦୪୩ ହାୱଡା ଓ ଭଦ୍ରକ ମଧ୍ୟରେ ସ୍ୱତନ୍ତ୍ର ରେଳ ହାୱଡାରୁ ଅପରାହ୍ଣ ୩.୪୦ ମିନିଟରେ ଛାଡିବ ଏବଂ ଭଦ୍ରକରେ ରାତି ୧୦.୩୫ମିନିଟରେ ପହଞ୍ଚିବ। ଫେରିବା ଦିଗରେ ରେଳ ନଂ ୦୮୦୪୪ ଭଦ୍ରକ- ହାୱଡା ସ୍ୱତନ୍ତ୍ରରେ ଆସନ୍ତା ୧୦ ତାରିଖରୁ ଭଦ୍ରକରୁ ଭୋର ୪.୫୦ମିନିଟରେ ଛାଡି ହାୱଡାଠାରେ ପୂର୍ବାହ୍ଣ ୧୧.୪୫ମିନିଟରେ ପହଞ୍ଚିବ। ଏହି ରେଳରେ ୧୦ ସାଧାରଣ ଦ୍ୱିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ରହିଛି। ଏହି ରେଳ ହାୱଡା ଭଦ୍ରକ ମଧ୍ୟରେ ଥିବା ରେଳ ରହଣିସ୍ଥଳ ଗୁଡିକରେ ରହଣି କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories