www.samajalive.in
Sunday, December 14, 2025
19.1 C
Bhubaneswar

ଯୁବ ରେଡ଼କ୍ରସ ଶିବିର ଉଦ୍‌ଘାଟିତ

ସାରନଗରୀ : ଦେଓଗାଁସ୍ଥିତ ଗାନ୍ଧି ମହାବିଦ୍ୟାଳୟ ପରିସରରେ ତ୍ରୀଦିବସୀୟ କ୍ଲଷ୍ଟରସ୍ତରୀୟ ଯୁବ ରେଡ଼କ୍ରସ ଶିିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ  ଗୌର ଚନ୍ଦ୍ର ବେହେରା ଯୁବ ରେଡ଼କ୍ରସ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ସ୍ୱେଛାସେବୀ ମାନଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲ। । ସଭାପତି ମହୋଦୟ ତାଙ୍କ ବକ୍ତବ୍ୟରେ ଜନ ହେନେରୀ ଡ଼ନାଣ୍ଟଙ୍କ ଗୁଣ ଗାରିମା ଉପରେ ସ୍ମୃତି ଚାରଣ କରିବା ସହିତ ସମାଜରେ ଯୁବ ଗୋଷ୍ଠୀଙ୍କ ନେତୃତ୍ୱ କ୍ଷମତା ବିଷୟରେ ଉପସ୍ଥିତ କର୍ମଚାରୀ ତଥା ମ୍ୟୁନିସିପାଲ କଲେଜ, ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ, ଗାନ୍ଧି ମହାବିଦ୍ୟାଳୟର ଉପସ୍ଥିତ ସ୍ୱେଛାସେବୀମାନଙ୍କୁ  ଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଭାବେ ଡ଼.ଅଶୋକ ବେହୁରା କାର୍ଯ୍ୟକ୍ରମଟିର ସଫଳତା କାମନା କରିଥିଲେ । ରାଉରକେଲା କଲେଜ ଯୁବ ରେଡ଼କ୍ରସର କାଉନସିଲର ଅଧ୍ୟାପକ ରଶ୍ମି ରଂଜନ ରାଉତ ଯୋଗ ଦେଇ ରେଡ଼କ୍ରସର ଇତିହାସ ଓ ବିବର୍ତ୍ତନ ସମ୍ବନ୍ଧରେ କାଉନସିଲର ଓ ସ୍ୱେଛାସେବୀମାନଙ୍କୁ ଆଅବଗତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଯୁବ ରେଡ଼କ୍ରସର କୁଇଜ ପ୍ରତିଯୋଗିତା ହୋଇଥିଲ।। କାର୍ଯ୍ୟକ୍ରମ ଶେଷରେ ବବିତା ଟୁଡ଼ୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories