ହରଭଙ୍ଗା:ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟଳୟ ଗୃହ ସମେତ ମିଶନ ଶକ୍ତି ଗୃହ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମ ପଞ୍ଚାୟତର ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଏହି ନୂତନ କାର୍ଯ୍ୟାଳୟ ସହାୟକ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ହରଭଙ୍ଗା ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ସ୍ମିତା ରଥ, ଜିଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ସାତ ବର୍ଷ ହେଲା ଏହି କାର୍ଯ୍ୟାଳୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଫଳରେ ଏହାକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଅସ୍ଥାୟୀ କାର୍ୟ୍ୟାଳୟ ଭାବେ ବ୍ୟବହାର କରାଯାଇଥିଲା।
Popular Categories



