www.samajalive.in
Monday, December 15, 2025
24.1 C
Bhubaneswar

ଭିଜିଲାନ୍ସ ଜାଲରେ ତହସିଲଦାର; ଜଣେ ଲୋକ ୫ଟି ପାନ୍‌ କାର୍ଡ଼

କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ପୁରୀ ଜିଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ତହସିଲଦାରଙ୍କ ପୁରୀ ସରକାରୀ ବାସଭବନ ଏବଂ କଟକ ସିଡିଏରେ ଥିବା ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ଜାରି ରହିଛି । ଖାସ୍‌ କଥା ହେଉଛି ତାଙ୍କଠାରୁ ଭିନ୍ନ ଭିନ୍ନ ନମ୍ବର ଥିବା ୫ଟି ପାନ୍‌ କାର୍ଡ଼ ଜବତ ହୋଇଛି।

ପୁରୀର ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଅଟକ ରଖାଯାଇ ଘରେ ଚଢାଉ କରାଯାଇଥିଲା। ଖୋଳତାଡ଼ ସମୟରେ ନଗଦ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା । ଏଥିସହ ନିମାପଡ଼ାଠାରେ ଥିବା ତାଙ୍କ ସରକାରୀ କ୍ୱାର୍ଟରରେ ଖୋଜାଖୋଜି ବେଳେ ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି।

- Advertisement -

ସେହିପରି କଟକର ସିଡିଏ ସେକ୍ଟର-୧୧ଠାରେ ଥିବା ତାଙ୍କ ବାସଭବନ, ଯାଜପୁର ଜିଲ୍ଲାର ଧାନମଣ୍ଡଳ ସ୍ଥିତ ପୈତୃକ ବାସସ୍ଥାନ, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ତାଙ୍କ ମୋଟ୍‌ ସମ୍ପତ୍ତିର ଆକଳନ ଚାଲିଛି।

 

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories