www.samajalive.in
Tuesday, December 9, 2025
16.1 C
Bhubaneswar

ଅନୁଗୁଳ ଓ ନୟାଗଡ଼ ଜିଲାରେ ଭର୍ଚୁଆଲ କୋର୍ଟରୁମ ଉଦ୍‌ଘାଟିତ

କଟକ: ଅନୁଗୁଳ ଓ ନୟାଗଡ଼ ଜିଲାରେ ଭର୍ଚୁଆଲ କୋର୍ଟରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୁଡ଼ ମୁଖ୍ୟଅତଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଏସ.ମୁରଲୀଧର, ବିଚାରପତି ବିଶ୍ବଜିତ ମହାନ୍ତି ଓ ସଙ୍ଗମ କୁମାର ସାହୁଙ୍କ ସମେତ ବହୁ ବିଚାରପତି ଭିଡିଓ କନ୍‌ଫରେନସିଂ ଜରିଆର ଯୋଗଦେିଥିଲେ। ଏହି କାର୍ଯ୍ୟକ୍ରମରେ ମହା ଅଧିବକ୍ତା ଅଶୋକ କୁମାର ପରିଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା, ପୁଲିସ ମହାନିର୍ଦେଶକ ଅଭୟ, କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ଅନୁଗୁଳ ଜିଲା ବିଚାରପତି ଭାଗ୍ୟଲକ୍ଷ୍ମୀ ରଥ, ନୟାଗଡ଼ ଜିଲା ବିଚାରପତି ରୁପଶ୍ରୀ ଚୌଧୁରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗଦେଇଥିଲେ। ଏହି ଅବସରରେ ମାମଲାଗୁଡ଼ିର ସୂଚନା ପ୍ରଦାନ ପାଇଁ ଇ-କଷ୍ଟଡି ସାର୍ଟିଫିକେଟ ସିଷ୍ଟମ ଏବଂ ଅଟୋମେଟେଡ୍‌ ଇ-ମେଲ ସର୍ଭିସ ଆରମ୍ଭ ହୋଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories