ଅବସର ଚାରିଦିନ ପୁର୍ବରୁ ଶିକ୍ଷକଙ୍କୁ ବାଜିଲା ଜାଲ୍ ସାର୍ଟିଫିକେଟ ଛାଟ : ଥାନାରେ ଏତଲା

ଗୁଣୁପୁର : ଅକ୍ଟୋବର ୩୧ ତାରିଖରେ ଅବସର ଗ୍ରହଣ କରିବେ ଗୁଣୁପୁର ବ୍ଲକ୍ କାଡାସି କ୍ଲଷ୍ଟର ଅନ୍ତର୍ଗତ ଡେଙ୍ଗିଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପାଞ୍ଚିନ ଗମାଙ୍ଗ। ହେଲେ ତା’ ପୁର୍ବରୁ ତାଙ୍କୁ ବାଜିଛି ଜାଲ୍ ସାର୍ଟିଫିକେଟ ଛାଟ । ଜାଲ୍ ସାର୍ଟିଫିକେଟ ଆଧାରରେ ଚାକିରି କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ସ୍ଥାନୀୟ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ।
ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଗତ ମାସରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାର୍ଟିଫିକେଟ ଜାଞ୍ଚ କରାଯାଇ ଗୁଣୁପୁର ବ୍ଲକର ୨୨ଜଣ ଶିକ୍ଷକଙ୍କ ସାର୍ଟିଫିକେଟକୁ ଓଡିଶା ମାଧ୍ୟମିକ ବୋର୍ଡକୁ ପଠାଯାଇଥିଲା । ସେଥି ମଧ୍ୟରୁ ଶ୍ରୀ ଗମାଙ୍ଗଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଜାଲ୍ ଥିବା ବୋର୍ଡ ଚିହ୍ନଟ କରି ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲା । ଏହି ସୂଚନା ଆଧାରରେ ଗୁଣୁପୁର ଥାନାରେ ଏତଲା ଦିଆଯାଇଛି । ଏହି ଏତଲାକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଜସମନ୍ତ କୁମାର ହିଆଲ ସୂଚନା ଦେଇଛନ୍ତି।

Comments are closed.