www.samajalive.in
Monday, December 15, 2025
16.1 C
Bhubaneswar

୫ ଫୁଟର ଅଜଗର ଉଦ୍ଧାର

ସାରନଗରୀ: ଆଜି ରାଉରକେଲା ସେକ୍ଟର-୧୬ ନିକଟ ତୁମକେଲା ଅଂଚଳରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ତୁମକେଲା ଅଂଚଳରେ ବାସ କରୁଥିବା ସତ୍ୟ ସିଂ ଆଜି ସନ୍ଧ୍ୟାରେ ତାଙ୍କ ଘର ସମ୍ମୁଖରେ ଏକ ଅଜଗର ସାପ ଦେଖିବାକୁ ପାଇଥିଲେ। ସାପଟି ବହୁ ସମୟ ଧରି ସେଠାରେ ବିଚରଣ କରିବା ଦେଖି ସେ ତୁରନ୍ତ ଏ ସମ୍ବନ୍ଧରେ ବରିଷ୍ଠ ସାପ ଧରାଳି ତଥା ସ୍ୱେଚ୍ଛାସେବୀ ଦେବାନନ୍ଦ ବେହେରାଙ୍କୁ ଫୋନ ଯୋଗେ ସୂଚନା ଦେବା ପରେ ଶ୍ରୀ ବେହେରା ଘଟଣାସ୍ଥଳରେ ପଂହଚି ରାତ୍ରୀ ପ୍ରାୟ ୮.୩୦ ମିନିଟରେ ଅଜଗର ସାପକୁ ଆୟତକୁ ଆଣିଥିଲେ। ସାପଟିର ଲମ୍ବ ପ୍ରାୟ ୫ ଫୁଟ ହେବ ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଅଜଗରକୁ ବନ ବିଭାଗ ସହାୟତାରେ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ପ୍ରକାଶ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories