www.samajalive.in
Sunday, December 7, 2025
23.1 C
Bhubaneswar

ଶିଲଙ୍ଗ୍‍-ଦିବ୍ରୁଗଡ଼ ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ

ଭର୍ଚୁଆଲ ମାଧ୍ୟମରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶିଲଙ୍ଗ୍‍ ଓ ଦିବ୍ରୁଗଡ଼ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଶିଲଙ୍ଗ୍‍ ଓ ଦିବ୍ରୁଗଡ଼ ମଧ୍ୟରେ ଏହା ହେଉଛି ପ୍ରଥମ ସିଧାସଳଖ ବିମାନ ଚଳାଚଳ। ଆଞ୍ଚଳିକ ଯୋଗାଯୋଗ ଯୋଜନା ‘ଉଡେ ଦେଶ୍‍କା ଆମ୍‍ ନାଗରିକ’ ଅଧୀନରେ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଏହି ଅବସରରେ ଶ୍ରୀ ସିନ୍ଧିଆ କହିଛନ୍ତି, ଶିଲଙ୍ଗ୍‍ ହେଉଛି ବିଶ୍ୱର ଏକ ସର୍ବୋଚ୍ଚ ତଥା ବର୍ଷାପ୍ରବଣ ଅଞ୍ଚଳ ଓ ଏହା କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ।

ସେ କହିଛନ୍ତି ଯେ ୨୦୧୪ରେ ଉତ୍ତର ପୂର୍ବାଞ୍ଚଳରେ ମାତ୍ର ୬ଟି ବିମାନ ବନ୍ଦର ଥିବା ବେଳେ ବର୍ତ୍ତମାନ ସେଗୁଡ଼ିକର ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟ ମଧ୍ୟରେ ଓ ରାଜ୍ୟଗୁଡ଼ିକ ଭିତରେ ବିମାନ ଚଳାଚଳ ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ। ବିମାନ ସଂଯୋଗ ବୃଦ୍ଧି ବ୍ୟତୀତ ସରକାର ହେଲିକପ୍ଟର ସେବା ପାଇଁ ମୌଳିକ ଢ଼ାଞ୍ଚାର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଉତ୍ତର ପୂର୍ବାଞ୍ଚଳ ଲାଗି ‘ହେଲି ସର୍ଭିସେସ୍‍’ ନାମକ ହେଲିକପ୍ଟର ନୀତିକୁ କାର୍ଯ୍ୟକାରୀ କରାଯାଇଛି।

- Advertisement -

ଶିଲଙ୍ଗ ଓ ଦିବ୍ରୁଗଡ଼ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ପରିବହନ ସୁବିଧା ନଥିବାରୁ ଲୋକମାନେ ଉଭୟ ଜାଗାକୁ ଯିବା ପାଇଁ ସଡ଼କ ଓ ରେଳପଥ ଉପରେ ନିର୍ଭର କରିଆସୁଥିଲେ ଏବଂ ଏଥିପାଇଁ ଯାତ୍ରା ସମୟ ୧୨ ଘଣ୍ଟାରୁ ଅଧିକ ହେଉଥିଲା। ଏବେ ସ୍ଥାନୀୟ ଲୋକମାନେ ମାତ୍ର ୭୫ ମିନିଟ୍‍ ମଧ୍ୟରେ ୨ଟିଯାକ ସ୍ଥାନକୁ ଯାଇପାରିବେ। ଇଣ୍ଡିଗୋ ବିମାନ ଚଳାଚଳ ସଂସ୍ଥାକୁ ଶିଲଙ୍ଗ୍‍-ଦିବ୍ରୁଗଡ଼ ବିମାନ ପଥରେ ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories