ଆଜି ସକାଳେ ପୁରୀ ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେଠାରେ ବୁଲାବୁଲି କରୁଥିବା ଲୋକମାନେ ସମ୍ପୃକ୍ତ ଯୁବକକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ନ ଉଠିବାରୁ ସେଠାରେ ଥିବା ଲାଇଫ ଗାର୍ଡଙ୍କୁ ଖବର ଦେଇଥିଲେ। ଲାଇଫ ଗାର୍ଡ ସଂଗେ ସଂଗେ ସେହି ଯୁବକକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ପ୍ରାଥମିକ ସୂଚନାରୁ ଯୁବକ ଜଣଙ୍କ ବିଷପାନ କରିଥିବା ଜଣାପଡିଛି। ତେବେ ଚେତାଶୂନ୍ୟ ଥିବାରୁ ସେ କେଉଁଠାରୁ ଆସିଛନ୍ତି ଓ କଣ ପାଇଁ ଏଭଳି କରିଛନ୍ତି ଜଣା ପଡ଼ିନାହିଁ।
Popular Categories



