www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ ୱେବସାଇଟ ହ୍ୟାକ୍‍, ଲେଖା ହୋଇଛି ‘ହ୍ୟାକ୍‍ଡ଼ ବାଏ ଡ଼େଭିଲ କିଲର’

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାର ସୁଖ୍ୟାତି ଦେଶ ବିଦେଶରେ ଆଣିବାରେ ସକ୍ଷମ ହୋଇପାରିଛି। ଏପରିକି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ବର୍ତ୍ତମାନ ସହସ୍ରାଧିକ ଊର୍ଦ୍ଧ୍ବ ମହାବିଦ୍ୟାଳୟ ରହିଛି। ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ବିଭାଗମାନଙ୍କର ନବାଗତ ଛାତ୍ରଛାତ୍ରୀଙ୍କ ସ୍ନାତକୋତ୍ତର ବିଭାଗମାନଙ୍କରେ ନାମଲେଖା ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏପରି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ୍‍ରମାନଙ୍କ ଦ୍ୱାରା ହ୍ୟାକ୍‍ ହୋଇଥିବା ସୁଚନା ହସ୍ତଗତ ହୋଇଥିଲା। ଏହାକୁ ନେଇ ବେସ ଏକ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ବିଶ୍ୱବିଦ୍ୟାଳୟର ୱେବସାଇଟ ଏସୟୁଭି.ଏନଆଇସି.ଇନକୁ ଯାଇ ଦେଖିବାକୁ ବେଳକୁ ଗ୍ରୀଭାନ୍ସ ବା ଆପତ୍ତି ସାଇଟରେ କୌଣସି ପାକିସ୍ଥାନି ହ୍ୟାକ୍‍ର ଦ୍ୱାରା ହ୍ୟାକ୍‍ ହୋଇଥିବା ଲେଖା ଦେଖିବାକୁ ମିଳିଛି। ତେବେ ଗ୍ରୀଭାନ୍ସର ଉପର ଭାଗରେ ‘ହ୍ୟାକ୍‍ଡ୍‍଼ ବାଏ ଡ଼େଭିଲ କିଲର’ ଲେଖା ହୋଇ ସ୍କ୍ରଲ ହେଉଥିବା ସମସ୍ତ ମହଲରେ ଚର୍ଚ୍ଚାର ବିଷୟ ସାଜିଛି।

ବିଶ୍ୱବିଦ୍ୟାଳୟର ଅର୍ନ୍ତନିହିତ ନୋଟିସ, ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ତଥା କର୍ତ୍ତପକ୍ଷଙ୍କ ତରଫରୁ ବିଭିନ୍ନ ଅର୍ନ୍ତନହିତ ତଥ୍ୟ ମାନଙ୍କୁ ଏହି ସାଇଟରେ ଲୋଡ଼ କରାଯାଉଛି। ଏପରିକି ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ମଧ୍ୟ ଏଥିରେ ଲୋଡ଼ କରାଯାଉଛି। ଆଜି ବିଶ୍ୱବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଲିଷ୍ଟ ମଧ୍ୟ ସର୍ଭର ଡ଼ାଉନ ରହିଥିବା ଫଳରେ ଡ଼ାଉନଲୋଡ଼ ବିଳମ୍ବରେ ହୋଇ ସୁଚନା ମଧ୍ୟ ହସ୍ତଗତ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାଇଟ ପରିଚାଳନା ବ୍ୟବସ୍ତା ହାଇଦ୍ରାବାଦ କୌଣସି ସଂସ୍ଥାକୁ କିଛିବର୍ଷ ପୁର୍ବରୁ ଦିଆ ଯାଇଥିବାର ଦୃଷ୍ଟାନ୍ତ ରହିଛି। ତେବେ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତର ସହିତ ନିଆ ନ ଯାଇ ପଦକ୍ଷେପ ଗ୍ରହଣ କରା ନ ଗଲେ ୱେବସାଇଟ ମାଧ୍ୟମରେ ହେକର କୌଣସି ବଡ଼ ଧରଣର କାଣ୍ଡ ଭିଆଇବା ସମ୍ଭାବନାକୁ ଅଣଦେଖା କରାଯାଇ ନ ପାରେ। ତେବେ ଶେଷରେ “ଏଣ୍ଡ ଅଲ ପାକିସ୍ଥାନି ହ୍ୟାକ୍‍ର୍ସ” ବୋଲି ଲେଖାରହିବା ଦେଖିବାକୁ ମିଳିଛି। ଏପରିକି ଯିଏବି ଥରେ ଏହି ଗ୍ରୀଭାନ୍ସ ସାଇଟକୁ ଯାଉଛି ପୁଣି ନିଜ ଏକାଉଣ୍ଟ ମଧ୍ୟ ହ୍ୟାକ୍‍ ହୋଇଯିବା ଭୟରେ ଏହାକୁ ବନ୍ଦ କରି ଦେଉଥିବା ଦେଖିବାକୁ ମିଳିଛି। ତେବେ ବିଶ୍ୱବିଦ୍ୟାଳୟ ସାଇଟ ହ୍ୟାକ୍‍ ହୋଇଛି ନା ଏହା କଣ ଏହା ସ୍ପଷ୍ଟ ଜଣାପଡ଼ି ନାହିଁ। ବର୍ତ୍ତମାର ଡ଼ିଜିଟାଲ ଯୁଗରେ ସାଇବର ଅପରାଧର ମାତ୍ରା ମଧ୍ୟ ଧିରେ ଧିରେ ବୃଦ୍ଧି ପାଇ ପାଇ ଚାଲିଛି ଏହା ଉପରେ ସମ୍ପୁର୍ଣ୍ଣ ଭାବରେ ଅଙ୍କୁଶ ଲଗାଯିବା ସମ୍ଭବପର ହୋଇ ପାରୁ ନାହିଁ। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗର ନିଷ୍କର୍ଶ କଣ ବାହାରୁଛି ତାହା ସମୟ ହିଁ କହିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories