www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ନିମ୍ନମାନର କାମ ଅଭିଯୋଗ

ମାଲକାନଗିରି: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ନିମ୍ନମାନର କାମ ହୋଇଥିବା ଅଭି ଯୋଗ ହୋଇଛିା ସୁଚନା ମୁତାବକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ମାଧ୍ୟମରେ ଗ୍ରାମାଂଚଳର ଉନ୍ନତିକରଣ ନିମନ୍ତେ ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତିକରଣ ଆଦି କାମ କରା ଯାଉଥିବାବେଳେ ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ପଂଚାୟତ ଅନ୍ତର୍ଗତ ବାଟପାଲ୍ଲୀ ଓ ଏମ୍‌.ଭି. ୧୧ ଗ୍ରାମରେ ହୋଇଥିବା କାମ ନିମ୍ନମାନର ହେବା ସହ ମନମୁଖୀ ଭାବେ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀା

ଗ୍ରାମବାସୀଙ୍କ କହିବା ଅନୁସାରେ ବାଟପାଲ୍ଲୀ ଓ ଏମ୍‌.ଭି. ୧୧ ଗ୍ରାମ ନିମନ୍ତେ ରାସ୍ତା ପାର୍ଶ୍ୱ ଦେଇ ୩ ଲକ୍ଷ ୬୧ ହଜାର ବ୍ୟୟ ଅଟକଳରେ ସୌର ଲାଇଟ୍ ଲଗା ଯାଇଥିବା ବେଳେ ଏହି ଲାଇଟ୍ ଗୁଡିକ ବାଟପାଲ୍ଲୀ ଗ୍ରାମ ମଧ୍ୟରେ ମନମୁଖୀ ଭାବେ ଲଗା ଯାଇଥିବା ବେଳେ ଏହା ଅତି ନିମ୍ନମାନର ଲଗା ଯାଇଛିା ଲାଇଟ ଲଗାଇବାର ଦିନେ ଦୁଇଦିନ ମଧ୍ୟରେ କିଛି ଲାଇଟ୍ ବନ୍ଦ ହୋଇ ଯାଇଥିବା ବେଳେ ଏମ୍‌.ଭି. ୧୧ ଗ୍ରାମର ଗୋଟିଏ ଲାଇଟ୍ ଖମ୍ବରୁ ଖସି ପଡିଥିବା ଦେଖିବାକୁ ମିଳିଛିା ଏହା ବ୍ୟତୀତ ବାଟପାଲ୍ଲୀ ଗ୍ରାମ ମଧ୍ୟରେ ସମସ୍ତ ସାହି ଓ ବାଟପାଲୀ ଛକରେ ଲାଇଟ ଲଗାଇବାର ବ୍ୟବସ୍ତା ଥିବା ବେଳେ ଏହା ଠିକ୍ ଭାବରେ ଲଗା ଯାଇ ନଥିବା ଗ୍ରାମର ବିରଜିତ ମଣ୍ଡଳ, ଶ୍ୟାମଲ ବିଶ୍ୱାସ ଓ ସଂଗ୍ରାମ ସାମନ୍ତ ପାଇକରାୟ ଅଭିଯୋଗ କରିଛନ୍ତିା ଏହା ବ୍ୟତୀତ ଏହି ଦୁଇ ଗ୍ରାମର ତିନୋଟି ସ୍ଥାନରେ ଆବର୍ଜନା କୁଣ୍ଡ ନିର୍ମାଣ କରା ଯାଇଥିବା ବେଳେ ଏହା ଅତି ନିମ୍ନମାନର କାମ ହୋଇଥିବା ଦେଖା ଦେଇଛିା କୁଣ୍ଡ ଉପରେ ଟିଣ ଛପର ଗୁଡିକ କୁଣ୍ଡ ଠାରୁ ଏକ ଫୁଟ କମ୍ ରହିଛିା ଏହା ବ୍ୟତୀତ ସୁଖିଲା ଆବର୍ଜନା ପକାଇବା ନିମନ୍ତେ ଚାରୋଟି ସିମେଂଟ ଖୁଂଟି ପୋତି ଚାରିପଟେ ଜାଲ ବାନ୍ଧି କୁଣ୍ଡ ତିଆରି କରା ଯାଇଛିା ଏହା ଅତି ନିମ୍ନମାନର କରା ଯାଇଥିବା ବେଳେ କାମ ସରିବାର ଦୁଇମାସ ନ ପୁରୁଣୁ ଖୁଂଟ ଗୁଡିକ ନଇଁ ପଡିଛି ଏବଂ ଆଗାମୀ ଦିନରେ ଏହା ବ୍ୟବହାର ଉପ ଯୋଗ୍ୟ ହୋଇପାରିବ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତିା

- Advertisement -

ଏ ସମ୍ପର୍କରେ ମାଲକାନଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ରାଉତଙ୍କୁ ପଚାରିବାରୁ ଉଚିତ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସୌର ଲାଇଟ୍ ଗୁଡିକ ତିନିବର୍ଷ ପର୍ଯ୍ୟନ୍ତ ପରିଚାଳନାର ବ୍ୟବସ୍ଥା ରହିଛିା ଏଥିପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତିା ସୂଚନା ଯୋଗ୍ୟ ଯେ, ଗ୍ରାମାଂଚଳର ଉନ୍ନତିକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ କରା ଯାଉଥିବା ବେଳେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ଗୁଡିକ ବାଟବଣା ହେଉଥିବା ସାଧାରଣରେ ଅଭିଯୋଗ ହେଉଛିା ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟ ତରାନ୍ୱିତ କରିବା ନିମନ୍ତେ ସାଧାରଣରେ ଦାବି ହେଉଛିା

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories