BJD Bijuli 480×75 Mob

ରାସ୍ତା ସଂପ୍ରସାରଣରେ ଠିକାଦାରଙ୍କ କାଳକ୍ଷେପଣ ନୀତି ପଥଚାରୀଙ୍କ ପାଇଁ ପାଲଟିଛି କାଳ

BJD Bijuli 480×75 Mob

ଗୁରୁଡିଝାଟିଆ: ୫୫ ନଂ ଜାତୀୟ ରାଜପଥ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଯାତାୟାତ ପାଇଁ ଅତ୍ୟନ୍ତ ବିପଦ ସଂକୂଳ ଅଟେ। ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ହୋଇଥିବା ବେଳେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅଧାପାନ୍ତରିଆ ହୋଇପଡିଛି। ଠିକାଦାରଙ୍କ ଅଯଥା କାଳକ୍ଷେପଣ ନୀତି ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। କୁଷ୍ପଙ୍ଗି ଠାରୁ ଅଡାଳ ପର୍ଯ୍ୟନ୍ତ ରାସ୍ତାରେ ଗାଡିଚାଳକ ବିଶେଷତଃ ଦୁଇଚକିଆ ଆରୋହୀମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଠିକାଦାରଙ୍କ ଉପରେ ଚାପ ପକାଉନଥିବାରୁ ଏଭଳି ଦୁରାବସ୍ଥା ହୋଇପଡିରହିଛି ରାସ୍ତା ବୋଲି ସାଧାରଣରେ ଅଭିଯୋଗ ହେଉଛି। ସଂପ୍ରସାରଣ ଯୋଗୁଁ ରାଜପଥ ପାଶ୍ୱର୍ରେ ଥିôବା ଯାତ୍ରୀ ବିଶ୍ରାମାଗାରଗୁଡିକ ମଧ୍ୟ ଭାଙ୍ଗିଯାଇଛି।

 

ଦୂରଦୂରାନ୍ତସ୍ଥାନକୁ ବସରେ ଯିବାକୁ ଅପେକ୍ଷା କରୁଥିବା ଯାତ୍ରୀମାନେ ରାସ୍ତାପାଶ୍ୱର୍ରେ ଦୀର୍ଘ ସମୟ ଠିଆ ହୋଇରହିବାକୁ ବାଧ୍ୟ ହେଉଛନ୍ତି। ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ବିକ୍ଷିପ୍ତ ହୋଇ ପଡିଥିôବା କଳାଚିପ୍ସ ଓ ପଥରଖଣ୍ଡ ଗାଡି ଟାୟାର ଚକାରେ ମାଡ ହୋଇ ଅପେକ୍ଷାରତ ଯାତ୍ରୀଙ୍କ ଦେହରେ ବାଜିବା ଫଳରେ ଆହତ ହେଉଛନ୍ତି। ରାସ୍ତା ସଂପ୍ରସାରଣ କାର୍ଯ୍ୟ ତୁରନ୍ତ ସମାପନ କରିବା ପାଇଁ ନବେଢା ବରିଷ୍ଠ ନାଗରିକ ମଞ୍ଚ ଗୁରୁଡିଝାଟିଆ ଓ ଆଠଗଡ ବିକାଶ ମଞ୍ଚ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଠିକାଦାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନନେଲେ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

 

Comments are closed.