www.samajalive.in
Monday, December 15, 2025
15.1 C
Bhubaneswar

ଦଶମ ଢାଞ୍ଚାରେ ହେବ ନବମ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂତନ ପଦ୍ଧତିର ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଦଶମ ଶ୍ରେଣୀ ଢାଞ୍ଚାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବର୍ଷକୁ ୪ଟି ସମେଟିଭ୍‍ ଓ ୨ଟି ଫର୍ମେଟିଭ ଆସେସ୍‍ମେଣ୍ଟ ପରୀକ୍ଷା ଦେବେ। ନଭେମ୍ବର ୨୨ରୁ ୨୪ ତାରିଖ ଯାଏ ସମେଟିଭ ଆସେସମେଣ୍ଟ-୧ କରାଯିବା ନିମନ୍ତେ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପରିଷଦର ମୁଖ୍ୟାଳୟରେ ଗୁରୁବାର ଅପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସମେଟିଭ ଆସେସ୍‍ମେଣ୍ଟ-୧ ପରୀକ୍ଷା ପ୍ରତିଦିନ ୨ଟି ବିଷୟରେ ହେବ। ପ୍ରଥମ ଦିନ ଦ୍ୱିତୀୟ ଭାଷା ଇଂରାଜୀ ଓ ସାମାଜିକ ବିଜ୍ଞାନ, ଦ୍ୱିତୀୟ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଗଣିତ ଏବଂ ତୃତୀୟ ଦିନ ତୃତୀୟ ଭାଷା ହିନ୍ଦୀ, ସଂସ୍କୃତ ଓ ସାଧାରଣ ବିଜ୍ଞାନରେ ପରୀକ୍ଷା ହେବ। ଖାତାଦେଖା ୨୩ରୁ ୩୦ ତାରିଖ ଯାଏ ହେବ। ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ। ଉତ୍ତର ଖାତାଦେଖା ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ନିକଟସ୍ଥ ବିଦ୍ୟାଳୟରେ କରାଯିବ। ଖାତାଦେଖା ଶେଷ ପରେ ସେଗୁଡ଼ିକ ମୂଳ ବିଦ୍ୟାଳୟକୁ ଫେରସ୍ତ ଦିଆଯିବ। ଉକ୍ତ ବିଦ୍ୟାଳୟ ପକ୍ଷରୁ ଖାତାଗୁଡ଼ିକୁ ଯାଞ୍ଚ କରି କୌଣସି ତ୍ରୁଟି ଥିଲେ ପୁଣି ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବ। ଡିସେମ୍ବର ୧ ଓ ୨ ତାରିଖ ମଧ୍ୟରେ ସଂଶୋଧନ କରାଯିବ। ଡିସେମ୍ବର ୩ ଓ ୪ରେ ଟାବୁଲେସନ ରେଜିଷ୍ଟରକୁ ଉଠାଯାଇ ମେଣ୍ଟର ବିଦ୍ୟାଳୟକୁ ମାର୍କ ତାଲିକା ପଠାଯିବ। ମେଣ୍ଟର ବିଦ୍ୟାଳୟରେ ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ଅନ୍‍ଲାଇନ୍‍ ଜରିଆରେ ବୋର୍ଡକୁ ସିଧାସଳଖ ମାର୍କଗୁଡ଼ିକ ଅପଲୋଡ୍‍ କରାଯିବ।

- Advertisement -

ଏହି ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନୋତ୍ତର ପୁସ୍ତିକା ପ୍ରସ୍ତୁତ କରି ଯୋଗାଇ ଦିଆଯିବ। ପ୍ରତି ବିଷୟରେ କ୍ଷୁଦ୍ର ଉତ୍ତରମୂଳକ ୨୦ ମାର୍କରେ ୧ ମାର୍କବିଶିଷ୍ଟ ବହୁମୁଖୀ ପ୍ରଶ୍ନ ୨୦ଟି ଏବଂ ଦୀର୍ଘ ଉତ୍ତରମୂଳକ ୨୦ମାର୍କରେ ୪ଟି ପ୍ରଶ୍ନ ବିକଳ୍ପ ସହିତ ୫ମାର୍କ ବିଶିଷ୍ଟ ଆସିବ। ସମେଟିଭ୍‍ ଆସେସ୍‍ମେଣ୍ଟ-୧ରେ ଛାତ୍ରଛାତ୍ରୀ ରଖିଥିବା ନମ୍ବରକୁ ମୋଟ ୧୦୦ନମ୍ବରରୁ ୩୦% ଭାବେ ହିସାବକୁ ନିଆଯିବ। ବର୍ଷକ ମଧ୍ୟରେ ୪ଟି ଫର୍ମେଟିଭ ଓ ୨ଟି ସମେଟିଭ ଆସେସ୍‍ମେଣ୍ଟ ପରୀକ୍ଷାର ଫଳକୁ ଏକାଠି କରି ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଫର୍ମେଟିଭ ପରୀକ୍ଷାର ପ୍ରଶ୍ନପତ୍ର ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯିବ। ସମେଟିଭ ଆସେସ୍‍ମେଣ୍ଟ ପରୀକ୍ଷାର ପ୍ରଶ୍ନପତ୍ର ପରିଷଦ ପକ୍ଷରୁ ଯୋଗାଇ ଦିଆଯିବାକୁ ସ୍ଥିର ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା, ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି ଓ ସମ୍ପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories