www.samajalive.in
Sunday, December 14, 2025
19.1 C
Bhubaneswar

ଲସ୍ତଲାରୁ ଡଙ୍ଗଲା…ବିଜୁ ସେତୁ ରାସ୍ତା ବିପଦମୁଖା

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ମନାପଡ଼ା ପଞ୍ଚାୟତ ଅନ୍ତର୍ଗତ ଲସ୍ତଲାରୁ ଡଙ୍ଗଲା ରାସ୍ତାଟି ସଂଯୋଗ କରେ ବରଗଡ଼-ଭଟଲିକୁ।ଏହା ବ୍ୟତୀତ ଏହି ରାସ୍ତା କୁର୍ଲ୍ଲା, ଜମୁର୍ଡା, ଜାମପାଲି, ବନ୍ଦା,ଖରମୁଣ୍ଡା ଓ କମ୍ଗାଁ ଆଦି ଗ୍ରାମମାନଙ୍କୁ ବି ଏହି ରାସ୍ତା ଦେଇ ଲୋକେ ଯିବା ଆସିବା କରିଥାନ୍ତି। ପୁଣି ଲସ୍ତଲାରୁ ଗୋଟିଏ କିମି ଦୂରରେ ରହିଛି ବିଜୁ ସେତୁ। ଏହି ସେତୁ ତଳେ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରତିବର୍ଷ ପାଳିତ ହୁଏ ବାଲି ଯାତ୍ରା। ଏହି ବାଲି ଯାତ୍ରା ଏହି ଅଞ୍ଚଳର ମୁଖ୍ୟ ହୋଇଥିବାରୁ ଲୋକଙ୍କ ଭିଡ଼ ଜମିଥାଏ। କିନ୍ତୁ ଏବେ ଏହି ସ୍ଥାନକୁ ଯିବା ପାଇଁ ଯେଉଁ ଭଳି ରାସ୍ତା ରହିଛି, ସେ ରାସ୍ତାଦେଇ ଯମ ବି ଯିବାପାଇଁ ଭୟ କରିବ।

ଏହି ରାସ୍ତାରେ ଥିବା ବିଜୁ ସେତୁ ଗତ ୨୦୧୩/୧୪ ମସିହାରୁ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ଆଜିଯାଏଁ ଏହି ରାସ୍ତା ମାଟି ରାସ୍ତା ହୋଇ ପଡ଼ିଛି। ଏହି କଚ୍ଚା ସଡ଼କ ପଥଟି ଏବେ ଖାଲ ଖମାରେ ଭର୍ତ୍ତି ହୋଇ ପ୍ରତି ପାଞ୍ଚ ଦଶ ପାଦରେ କୃତ୍ରିମ ଜଳଭଣ୍ଡାରର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଚାଷୀ ମାନେ ଧାନ କିଣା ବିକା କରିବାକୁ, ପରିବା ଚାଷୀମାନେ ନିଜ ପରିବା ବିକ୍ରି କରିବାକୁ ଭୋରରୁ ଯିବା ଆସିବା କରିଥାନ୍ତି। ଅନେକ ଥର ଧାନ ବୋଝେଇ ଟ୍ରାକ୍ଟର ଓଲଟି ପଡି ଲୋକେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏହି ରାସ୍ତା ଏବେ ପଦଚାରୀଙ୍କ ପାଇଁ ବି ଗମନାଗମନରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ଯାନବାହନ କଥା ଚିନ୍ତା କରିବା ଦୂର କଥା। ରାସ୍ତାରେ ଆଲୋକୀକରଣ ହୋଇନାହିଁ। ତେଣୁ ଚୋରି ଡ଼କାୟତି ଏହି ରାସ୍ତାରେ ବଢ଼ିବାରେ ଲାଗିଛି। ଟିକିଏ ସନ୍ଧ୍ୟା ହୋଇଗଲେ ରାସ୍ତାଟି ବିପଦ ସହ ନିର୍ଜନ ପାଲଟି ଯାଉଛି।

- Advertisement -

ତେବେ ଅଗସ୍କୁ ବାଲିଯାତ୍ରାରେ ଲୋକେ କେମିତି ଯିବା ଆସିବା କରିବେ, ଏ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଚାଲିଛି। ଅନେକ ଥର ଗ୍ରାମବାସୀମାନେ ଏହି ରାସ୍ତାର କଂକ୍ରିଟ କରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସିଥିଲେ ସୁଦ୍ଧା କିଛି ଲାଭ ମିଳିନାହିଁ। ସରକାର ଶହ ଶହ କିମି ରାସ୍ତା ପିଚୁ କାମ, ଆଲୋକୀ କରଣ କରୁଛନ୍ତି। ହେଲେ କେଉଁ କାରଣରୁ ମାତ୍ର ଗୋଟିଏ କିମି ରାସ୍ତାକୁ କଂକ୍ରିଟ କରଣ କରାଯାଉ ନାହିଁ, ତାହା ପ୍ରଶ୍ନବାଚି ସୃଷ୍ଟି କରିଛି। ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଏହି ରାସ୍ତା କଂକ୍ରିଟ କରା ନ ଗଲେ ଲୋକେ ଭୋଟ ଦେବେ ନାହିଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ତେଣୁ ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଉ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories