www.samajalive.in
Monday, December 15, 2025
17.1 C
Bhubaneswar

ଜାତୀୟ ରାଜପଥରେ ଓଭରବ୍ରିଜ ନିର୍ମାଣରେ ବିଳମ୍ବ : ସଂକିର୍ଣ୍ଣ  ରାସ୍ତା ଯୋଗୁଁ ୩ ବର୍ଷର ମଲେଣି ୭୬ ଜଣ

ଗୋପାଳପୁର : ମରଣ ଯନ୍ତା ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ଅନ୍ତର୍ଗତ ଗିରିସୋଲା ଠାରୁ ପୋକଡି ବନ୍ଧ ଛକ ମଧ୍ୟରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନୀ ହେବାର ନଜିର ରହିଥିବା ବେଳେ, ଗତ ତିନି ବର୍ଷ ଧରି ହଳଦିଆପଦର ବସଷ୍ଟାଣ୍ଡ ଠାରେ ଚାଲୁ ରହିଥିବା ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ରାସ୍ତା ଅନେକାଂଶରେ ଡେଥ ଜୋନ ଭାବେ ପରିଗଣିତ ହୋଇଥିବା ଦେଖିବାକୁ ମିଳିଛି। ଲୋକଙ୍କ ଗମନାଗମନ ଉପରେ ଗୁରୁତ୍ୱ ଦେଇ  ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜପଥ ନିର୍ମାଣ କରାଯାଉଛି, କିନ୍ତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ଠିକା ସଂସ୍ଥାର ମନାମାନୀ ସହ ଜାତୀୟ ରାଜପଥର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ  ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ଏମିତି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି  ଡେଥ ଜୋନ ଭାବରେ ପରିଚିତ ଗଞ୍ଜାମ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥ ହଳଦିଆପଦର ଠାରୁ ଗିରିସୋଲା ୧୮ କିମି ରାସ୍ତା ପାଲଟିଛି ମୃତ୍ୟୁ ଯନ୍ତା। ଏହା ମଧ୍ୟରେ ଗୋଳନ୍ଥରା ଥାନା ଅଧୀନରେ ଆସୁଥିବା ଏହି ୧୮ କିମି ଜାତୀୟ ରାଜପଥରେ ଗତ ୩ ବର୍ଷ  ମଧ୍ୟରେ ସଡକ ଦୁର୍ଘଟଣା ଘଟି ୭୬ ଜଣଙ୍କ ଅମୂଲ୍ୟ ଜୀବନ ଯାଇଥିବା ବେଳେ ୫୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ଏବଂ ୬୦ରୁ ଉର୍ଦ୍ଧ ଲୋକ ଖଣ୍ଡିଆ ଖାବରା ହୋଇଥିବା ଜଣାପଡିଛି । ଯାହା ଫଳରେ ଲୋକେ ଏହି ୧୮ କିମି ଜାତୀୟ ରାଜପଥକୁ ମୃତ୍ୟୁ ଯନ୍ତା କହିବା ଆରମ୍ଭ କରିଲେଣି।ଏପରି ସ୍ଥିତିରେ ଧର୍ମକୁ ଆଖିଠାର ସଦୃଶ,’ କାହାକୁ କହିବେ ଶୁଣିବ କିଏ’  ନ୍ୟାୟରେ ଜନସାଧାରଣ ଚୁପ ରହିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ଫଳରେ ଠିକା ସଂସ୍ଥା ଭରପୁର ଫାଇଦା ନେଇ ପଥଚାରୀଙ୍କୁ  ବିପଦ ମୁଖକୁ ଠେଲି ଦେଉଥିବା ଦେଖିବାକୁ ମିଳୁଛି ।
ହଳଦିଆପଦର ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଯୋଗୁଁ ହଳଦିଆପଦର ଠାରୁ କନିଷି ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ଡାଇଭରସନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ଯାଇଥିବା ସହ ରାସ୍ତା ରେ ବଡ ବଡ଼ ଖାଲ ସୃଷ୍ଟି ହୋଇ ରାସ୍ତା ବିପଦ ସଂକୁଳ  ପାଲଟି ଯାଇଛି । ଅନ୍ୟ ପଟେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ଠିକା ସଂସ୍ଥା ପକ୍ଷରୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଗୁଡିକରେ ବଡ଼ ବଡ଼ ମେଟାଲ ଓ ସିମେଣ୍ଟ କଂକ୍ରିଟ ପକାଇଦେଇ ଅନେକ ସମୟରେ ଆହୁରି ବିପଦପୂର୍ଣ୍ଣ କରି ଦେଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ରାସ୍ତା ରେ ବିଛା ଯାଇଥିବା ମେଟାଲ ଗୁଡିକ କିଛି ଦିନ ପରେ ଉଠିଯିବା ଫଳରେ ବାଇକ ସ୍କୁଟିର ଚକରେ ବାଜି ସ୍ଲିପ ହେଇ ଦୁର୍ଘଟଣା ଘଟୁଥିବା ଜଣାପଡିଛି। ଏ ନେଇ  ସ୍ଥାନୀୟ ଅଂଚଳ ଅଞ୍ଚଳର ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏଥି ସହ ଓଭରବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା  ଠିକା ସଂସ୍ଥା ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଜାରୀ ରଖିବା ଫଳରେ ରାଜପଥର ଦୁଇ ପାର୍ଶ୍ୱକୁ  ସଂକୁଚିତ କରାଯାଇଛି। ଯାହା ଦ୍ଵାରା ଭାରିଯାନ ସମେତ ଛୋଟ ଗାଡି ଯାତାୟାତରେ ବାଧା ସୃଷ୍ଟି ହେବା ସହ ଅନେକ ସମୟରେ  ଜରୁରୀ କାଳୀନ ସେବା ପ୍ରଦାନକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ବହୁତ ଥର ଭିଡ଼ ଭିତରେ  ଫସି ରହିଥିବା ଦେଖିବାକୁ ମିଳୁଛି। ବ୍ରିଜ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବା ବେଳେ ଦିନେ ଚାଲିଲେ ଛଅ ଦିନ ବନ୍ଦ ରହୁଛି। ସଂସ୍ଥା ପକ୍ଷରୁ ଟ୍ରାଫିକ ସୁରକ୍ଷା  ପାଇଁ କର୍ମଚାରୀ  ନିୟୋଜିତ କରାଯାଇଥିଲେ ମଧ୍ୟ ଅନେକ ସମୟରେ କର୍ମଚାରୀ ଅନୁପସ୍ଥିତ ରହିବା ଏବଂ  ବିପରୀତ ଦିଗରୁ ଭୂଲ ରାସ୍ତାରେ ଆସୁଥିବା ଯାନବାହାନକୁ ବାରଣ କରାଯାଉନଥିବାରୁ ଅନେକ ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି। ରାସ୍ତା ନିର୍ମାଣ ବେଳେ ଯାନବାହାନ ଗମନା ଗମନ କରୁଥିବା ରାସ୍ତା କଡାରେ ସୁରକ୍ଷା ବାଡ଼ ଲଗେଇବା ବ୍ୟବସ୍ଥା  ରହିଥିଲେ ମଧ୍ୟ ଏଠାରେ ଠିକାସଂସ୍ଥା ସବୁ ନିୟମକୁ ଅଣଦେଖା କରି ତା’ର ନିର୍ମାଣ  କାର୍ଯ୍ୟ ଜାରି ରଖିଛି । ଠିକା ସଂସ୍ଥାକୁ କୋଟି କୋଟି ଲାଭ ମିଳୁଥିବା  ବେଳେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଜୀବନ ପ୍ରତି ଧ୍ୟାନ ଦିଆଯାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଠିକା ସଂସ୍ଥାକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଠିକସଂସ୍ଥା ଆଦୈ ଧ୍ୟାନ ଦେଉନଥିବା ଲୋକ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବ୍ରିଜ  ନିର୍ମାଣ କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରିବାକୁ ଦାବି ହେବା ସହ ରାସ୍ତା ସଂକୀର୍ଣ୍ଣ ପାଇଁ କୌଣସି ଦୁର୍ଘଟଣା ଘଟି ଧନଜୀବନ ହାନି ହେଲେ ଠିକାସଂସ୍ଥା ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories