ବାଙ୍କୀ : ବାଙ୍କୀ ବ୍ଲକ ବରପୁଟ ପଞ୍ଚାୟତରେ ରବିବାର ଦିନ ବିଜୁ ଯୁବ ଜନତା ଦଳ ପକ୍ଷରୁ ସାମାଜିକ ସେବା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସାମାଜିକ ସେବା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ଯୁବକ ମାନଙ୍କର ସାମାଜିକ ଦାୟିତ୍ୱବୋଧ ଓ ସେବା ପରାୟଣତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବରପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ଥାନୀୟ ମହାବେରଣା ଉଚ୍ଚ ବିଦ୍ୟାଳୟ ପରିସରକୁ ସଫେଇ କରାଯିବା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା । କାଳିପୋଇ ସରପଞ୍ଚ ତଥା ବାଙ୍କୀ ବିଜୁ ଯୁବ ଜନତା ଦଳର ସଭାପତି ସୁବାଷ ସ୍ୱାଇଁ ସ୍ଥାନୀୟ ସମାଜସେବୀ ବିଜୟ ପତିହାରୀ, ମହାବେରଣା କ୍ଲବ ସମ୍ପାଦକ ସଦାଶିବ ଦାସ, ରାମକୃଷ୍ଣ ପଟ୍ଟନାୟକ, ସଂଜୟ ବିଶ୍ୱାଳ, ଜୟପ୍ରକାଶ ମିଶ୍ରଙ୍କ ସମେତ ପଞ୍ଚାୟତର ବିଜୁ ଯୁବ ଜନତାଦଳର କର୍ମୀ ଓ ସମାଜସେବୀ ମାନେ ସହଯୋଗ କରିଥିଲେ।
Popular Categories



