www.samajalive.in
Monday, December 15, 2025
16.1 C
Bhubaneswar

ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ

ଟିଟିଲାଗଡ଼ : ଟିଟିଲାଗଡ଼ ସରକାରୀ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏକ ଛୋଟିଆ ସେଲୁନ କରି ଭଡାଘରେ ବାସ କରୁଥିବା ପିତାଙ୍କ ନିକଟରେ ଘରୋଇ ନର୍ସିଂ ହୋମ ନେବାକୁ ଅର୍ଥ ଥିଲେ ପ୍ରଥମ ଗର୍ଭ ଧାରଣା କରିଥିବା ତାଙ୍କ ବିବାହିତ ଅଲିଅଳ ଝିଅର ଏବଂ ୯ ମାସ ଗର୍ଭସ୍ଥ ଶିଶୁର ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ଲୋକେ କହିଛନ୍ତି । ସୂଚନା ମୁତାବକ ଟିଟିଲାଗଡ଼ ସହରର ସିରାଭଟା ପଡାର ନୌକା ରାଓଙ୍କ ଝିଅ ଟ୍ୱିଙ୍କଲ ଆଜି ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସକାଳୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ତାଙ୍କୁ ବଲାଙ୍ଗୀର ଯାଅ ବୋଲି କୁହାଯାଇଥିଲା, କିଛି ସମୟ ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ପ୍ରଦୀପ ନାୟକ ଉଚ୍ଚ ରକ୍ତଚାପ ଯୋଗୁଁ ମହିଳାଙ୍କ ମୃତ୍ୟୁ ହେଲା ବୋଲି କହିଛନ୍ତି। ତେବେ କିଛି ଦିନ ପୂର୍ବରୁ ମହିଳାଙ୍କ ପ୍ରସବ ଯନ୍ତ୍ରଣା ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ତାଙ୍କୁ ପରେ ଆସ ବୋଲି ନର୍ସ ମାନେ ଫେରାଇ ଦେଇଥିବା ଡାକ୍ତରଖାନା ଅଧିକ୍ଷକ ସ୍ୱୀକାର କରିଛନ୍ତି। ଏନେଇ ତଦନ୍ତ କରିବେ ବୋଲି କହୁଛନ୍ତି। ତେବେ ପ୍ରକୃତରେ ଟିଟିଲାଗଡ଼ ଡାକ୍ତରଖାନାରେ ଡାକ୍ତର ଅଭାବ ନେଇ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଅନ୍ୟତ୍ର ରେଫର କରାଯାଉଥିବା ଏକ ଚିରାଚରିତ ରୀତି ହୋଇଥିବା ଅଭିଯୋଗ ହୋଇଛି। ଆଉ କେତେ ଗରିବ ପ୍ରସୂତି ମହିଲା, ଶିଶୁଙ୍କ ମୃତ୍ୟୁ ହେଲେ ସରକାର ଚେତିବେ ବୋଲି ମୃତକଙ୍କ ଦାହ ସଂସ୍କାର ସମୟରେ ଉପସ୍ଥିତ ଥିବା ବିକେପି ନଗର ସମ୍ପାଦକ କୁନା ଭାଟି କ୍ଷୋଭର ସହ କହିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories