www.samajalive.in
Monday, December 15, 2025
17.1 C
Bhubaneswar

୪ ରାଜ୍ୟ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓନେତା ଆର. କେ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ  ଆନ୍ଧ୍ର, ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓନେତା ତଥା ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ରାମକ୍ରିଷ୍ଣା ଓରଫ ଆର.କେ. ଓରଫ ଅକ୍କିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୄତ୍ୟୁ ହୋଇଥିବା ଜଣାପଡିଛି । ଗତ କିଛି ଦିନ ଧରି ସେ କିଡନୀ ଜନିତ ରୋଗରେ ପିଡିତ ହୋଇ ଗୁରୁତର ଅବସ୍ଥାରେ ଛତିଶଗଡ ଦକ୍ଷିଣ ବସ୍ତର ଜଙ୍ଗଲ ଭିତରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ତାଙ୍କର ମୄତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଛତିଶଗଡ ଡିଜିପି । ମାଓ ସଂଗଠନ ମଧ୍ୟ ଆର.କେଙ୍କ ମୃତ୍ୟୁ ସଂପର୍କରେ ସ୍ପଷ୍ଟ ସୂଚନା ଦେଇଛି।

ଦୀର୍ଘ ଚାରି ଦଶନ୍ଧି ଧରି ରାମକ୍ରିଷ୍ଣା ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ହିଂସା କାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ। ଗତ ୨୦୧୭ ମସିହାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୁଲିସର ଏନକାଉଣ୍ଟର ରେ ତାଙ୍କ ପୁଅ ମୁନାର ମୃତ୍ୟୁ ହୋଇଥିଲା । ୨୦୧୯ ପର୍ଯ୍ୟନ୍ତ ଆର.କେ. କେନ୍ଦ୍ରୀୟ ମାଓ ସଂଗଠନର ମୂଖ୍ୟ ସଂପାଦକ ଭାବେ ଦାୟୀତ୍ବ ତୁଲାଇ ଥିବା ବେଳେ ଅସୁସ୍ଥତା ଯୋଗୁଁ ତାଙ୍କ ସ୍ଥାନରେ ନାମ୍ବାଲା କେଶବ ରାଓଙ୍କୁ କେନ୍ଦ୍ରୀୟ କମିଟି ସଂପାଦକ ଦାୟିତ୍ବ ଦିଆଯାଇଥିଲା । ୨୦୦୪‌ ତତ୍କାଳୀନ ଆନ୍ଧ୍ର ପ୍ରଦେଶ ମୁଖ୍ୟ‌ମନ୍ତ୍ରୀ ୱାଇ.ଏସ୍. ରାଜ ଶେଖର ରେଡ୍ଡିଙ୍କ ସମୟରେ ଶାନ୍ତି କଥାବାର୍ତ୍ତା ନେଇ ମୁଖ୍ୟ ସ୍ରୋତକୁ ଯାଇ ଚର୍ଚ୍ଚାକୁ ଆସିଥିଲେ ରାମକ୍ରିଷ୍ଣା । ମାଲକାନଗିରି ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣ, କୋରାପୁଟ‌ ଅସ୍ତ୍ରାଗାର ଲୁଟ, ନୟାଗଡ ଆକ୍ରମଣ, ଚିତ୍ରକୋଣ୍ଡା‌ ଜଳଭଣ୍ଡାର ଭିତରେ ଲଞ୍ଚ ଉପରେ ଆକ୍ରମଣ କରି ୩୪ ଜଣ ଆନ୍ଧ୍ର ଗ୍ରେହାଉଣ୍ଡସ୍ ଜବାନଙ୍କ ହତ୍ୟା ଭଳି ଓଡିଶାର ବହୁ ମାଓ ହିଂସାର ମାଷ୍ଟର ମାଇଣ୍ଡ ଥିଲେ ଆର୍.କେ. । ତାଙ୍କ‌ ନାମରେ ଚାରଟି ରାଜ୍ୟରେ ପ୍ରାୟ ୧ କୋଟି‌ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ମାଓ ସଂଗଠନ ପକ୍ଷରୁ ପ୍ରେସ୍ ରିଲିଜ କରାଯାଇ ସ୍ପଷ୍ଟ କରାଯାଇଛି। ଛତିଶଗଡ ପୋଲିସର ଗୁଇନ୍ଦା ବିଭାଗ ତରଫରୁ ଏହି ସୁଚନା ମଧ୍ୟ ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories