bjd gruha runa

ବଢ଼ିଲା ମନ୍ତ୍ରୀଙ୍କ ଘରଭଡ଼ା ଭତ୍ତା

BJD Bijuli 480×75 Mob
0

ଭୁବନେଶ୍ୱର: ବିଧାନସଭାର ସଦସ୍ୟମାନଙ୍କୁ ସରକାରୀ ବାସଗୃହ ଆବଣ୍ଟିତ ହେବା ପର୍ଯ୍ୟନ୍ତ ଦୈନିକ ଏକ ହଜାର ଟଙ୍କା ହାରରେ ଘରଭଡ଼ା ଭତ୍ତା ଦିଆଯାଉଛି। କିନ୍ତୁ ମନ୍ତ୍ରୀମାନେ ବାସଗୃହ ଆବଣ୍ଟିତ ହେବା ପର୍ଯ୍ୟନ୍ତ ମାସିକ ଶହେ ଟଙ୍କା ଘର ଭଡ଼ା ଭତ୍ତା ପାଉଥିଲେ। ଏହି ଅସଙ୍ଗତିକୁ ଦୂର କରାଯାଇଛିି। ଏଣିକି ମନ୍ତ୍ରୀମାନଙ୍କୁ ସରକାରୀ ବାସଗୃହ ଯୋଗାଇ ଦିଆଯିବା ପର୍ଯ୍ୟନ୍ତ ଦୈନିକ ଏକ ହଜାର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଥିବା ‘ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା(ଦ୍ବିତୀୟ ସଂଂଶୋଧନ) ବିଧେୟକ ୨୦୧୮’ ବିଧାନସଭାର ଅନୁମୋଦନ ଲାଭ କରିଛି। ମନ୍ତ୍ରୀମାନେ ସରକାରୀ ବାସଗୃହ ପାଇବା ପର୍ଯ୍ୟନ୍ତ ମାସିକ ଏକଶହ ଟଙ୍କା ବଦଳରେ ଦୈନିକ ହଜାରେ ଟଙ୍କା ପାଇବେ।
ମନ୍ତ୍ରୀମାନଙ୍କୁ ଏଣିକି ବିଧାୟକମାନଙ୍କୁ ଦିଆଯାଉଥିବା ଘରଭଡ଼ା ଭତ୍ତା ସହ ସମାନ ଭତ୍ତା ମିଳିବ। ନୂତନ ସରକାର ଗଠନ ହେବା ସମୟରେ ଗୋଟିଏ ଥର ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ବିଧେୟକ ଉପରେ ଆଲୋଚନାରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ମହେଶ ସାହୁ ଭାଗ ନେଇଥିଲେ।

Leave A Reply