କୋର୍ଟରୁ ସଲମନଙ୍କୁ ଆଶ୍ୱସ୍ତି

0

ନୂଆଦିଲ୍ଲୀ : ଅଭିନେତା ସଲମନ ଖାନଙ୍କୁ ଯୋଧପୁର କୋର୍ଟ ତରଫରୁ ଏକ ବଡ ରାୟ ପ୍ରଦାନ କରାଯାଇଛି। ସଲମନ ବିଦେଶ ଯିବା ପାଇଁ ଆଉ କୋର୍ଟଙ୍କ ଅନୁମତି ମାଗିବେ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସଲମନ ଖାନ ବିଦେଶ ଯାତ୍ରା ପୂର୍ବରୁ କୋର୍ଟଙ୍କ ଅନୁମତି ମାଗୁଥିଲେ।
ମିଳିଥିବା ସୂଚନା ଅନୁସାରେ ସଲମନ ଖାନଙ୍କ ଓକିଲ ହସ୍ତିମଲ ସାରସ୍ୱତ ଏକ ମାମଲା ଦାଖଲ କରିଥିଲେ। ସେଥିରେ ସେ କହିଥିଲେ, ସଲମନ ଖାନ ବିଦେଶ ଯିବାପାଇଁ ସବୁ ସମୟରେ କୋର୍ଟଙ୍କ ଅନୁମତି ମାଗୁଥିଲେ। ତେଣୁ ଏହାକୁ ଶେଷ କରିବା ପାଇଁ ସେ ଆବେଦନ କରିଥିଲେ। କୋର୍ଟ କହିଛନ୍ତି ବର୍ତ୍ତମାନ ମଧ୍ୟ ସଲମନ ବିଦେଶକୁ ଗଲେ ଯାତ୍ରାର ସମସ୍ତ ବିବରଣୀ ପ୍ରଦାନ କରିବେ। କୃଷ୍ଣସାର ମୃଗ ଶିକାର ପାଇଁ କୋର୍ଟ ସଲମନ ଖାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଦେବାସହ ବିଦେଶ ଯାତ୍ରା ପୂର୍ବରୁ ଅନୁମତି କରିବାକୁ ପଡୁଥିଲା।

Leave A Reply