ୟୁରିଆ ସାର ମହଜୁଦ ପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇଦେଲେ ରାଜ୍ୟ ସରକାର

0

ଭୁବନେଶ୍ୱର . –  ଓଡ଼ିଶାରେ ପ୍ରତିବର୍ଷ ଖରିଫ୍‍ ଋତୁରେ ହାରହାରି ୪ ଲକ୍ଷ ମେଟ୍ରିକ୍‍ ଟନ୍‍ ୟୁରିଆସାର ଆବଶ୍ୟକତା ରହିଛି। ଜୁଲାଇ ମାସର ମଧ୍ୟଭାଗରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆସାର ଅଧିକ ମାତ୍ରାରେ ଆବଶ୍ୟକ ପଡିଥାଏ। ଓଡିଶା ସରକାର ସାରର ଚାହିଦାକୁ ଆଖିରେ ରଖି ୟୁରିଆସାର (ଜାନୁୟାରୀଠାରୁ ଜୁଲାଇମାସ ପର୍ଯ୍ୟନ୍ତ) ମହଜୁ୍‍ଦ ପାଇଁ ଓଡିଶା ବାଣିଜ୍ୟ ମହାସଂଘ ଓ ଓଡିଶା କୃଷି ଶିଳ୍ପ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇଛନ୍ତି। ଏବର୍ଷ ୧.୧୫ ଲକ୍ଷ ମେଟ୍ରିକ ଟନ୍‍ ୟୁରିଆସାର ମହଜୁଦ କରାଯାଇପାରିଛି।

ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ୨.୮୪ ଲକ୍ଷ ମେଟ୍ରିକ୍‍ ଟନ୍‍ ୟୁରିଆସାର ଯୋଗାଇ ଦିଆଯାଇଛି। ଚଳିତ ସେପ୍ଟେମ୍ବର ମାସରେ ଭାରତ ସରକାରଙ୍କ ୧.୫ ଲକ୍ଷ ମେଟ୍ରିକ୍‍ ଟନ୍‍ ଯୋଗାଣ ଲକ୍ଷ୍ୟ କୁ ଆଖିରେ ରଖି ଅଦ୍ୟାବଧି ୨୮ ହଜାର ମେଟ୍ରିକ୍‍ ଟନ୍‍ ୟୁରିଆସାର ପହଞ୍ଚିପାରିଛି। ଏହା ବାଦ୍‍ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ବିଭିନ୍ନ ସାର ପ୍ରସ୍ତୁତ କାରୀ/ ବିତରଣ କାରୀ କମ୍ପାନୀ ମାନଙ୍କ ସହ ଦୈନିକ ଯୋଗସୂତ୍ର ରକ୍ଷା କରି ବିଭିନ୍ନ ରେକ୍‍ ପଏଣ୍ଟ ମାନଙ୍କରେ ୟୁରିଆସାର ପହଞ୍ଚାଇବା ଲକ୍ଷ୍ୟ ହାସଲ କରିବା ପାଇଁ ରେଲବାଇ ସହ ମଧ୍ୟ ଯୋଗାଯୋଗ କରାଯାଉଅଛି। ସବୁ ଜିଲ୍ଲା ମାନଙ୍କରେ ସାରର କଳା ବଜାରୀ ରୋକିବା ଉଦ୍ଦେଶ୍ୟରେ ଏନ୍‍ଫୋସ୍‍ର୍ ମେଣ୍ଟ ସ୍କ୍ୱାଡ ମଧ୍ୟ ଗଠନ କରାଯାଇଛି। ସାର ବିତରଣ ପାଇଁ ପି.ଓ.ଏସ୍‍ ଯନ୍ତ୍ର ମାଧ୍ୟମରେ ମଧ୍ୟ କରାଯାଇଥିବା ବ୍ୟବସ୍ଥା ଉତ୍ତମ ରୂପେ କାର୍ଯ୍ୟ କରିଆସୁଛି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ କେସିଙ୍ଗା, ବରଗଡ, ଜଗନ୍ନାଥପୁର, ଝାରସୁଗୁଡା ,ସମ୍ବଲପୁର, ଜୟପୁର, ଖୋର୍ଦ୍ଧା ରୋଡ, ବଲାଂଗିର, କଣ୍ଟାବାଞ୍ଜି, ଜେକେ ରୋଡ, କଟକ, ଧାନମଣ୍ଡଳ ରେକ୍‍ ୩ୟ ସପ୍ତାହରେ କଟକ, ଜଗନ୍ନାଥପୁର, ଝାରସୁଗୁଡା , ଖରିଆର ରୋଡ, କେସିଙ୍ଗା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ରୋଡ ରେକ୍‍ ଓ ଶେଷ ସପ୍ତାହରେ ରାଇରଙ୍ଗପୁର, ବଲାଂଗିର, ସମ୍ବଲପୁର, ଭଦ୍ରକ ଓ ବାଲେଶ୍ୱର ରେକ୍‍ ପହଞ୍ଚାଇବାପାଇଁ ସମସ୍ତ  ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

Leave A Reply