www.samajalive.in
Monday, December 15, 2025
15.1 C
Bhubaneswar

ଆଇପିଏଲ୍‌: ଶେଷ ବଲରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଶୁକ୍ରବାର ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ରୟାଲ ଚ୍ୟାଲେଞ୍ଜର୍ସ ପରାସ୍ତ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ସମ୍ମୁଖରେ ଦିଲ୍ଲୀ କ୍ୟାପିଟାଲ୍‌ସ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଦିଲ୍ଲୀ କ୍ୟାପିଟାଲ୍‌ସକୁ ଆମନ୍ତ୍ରଣ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ଦୁଇ ଓପନର ପୃଥ୍ବୀ ସ’ ଓ ଶିଖର ଧାୱନ୍‌ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ୱିକେଟ୍ ନିମନ୍ତେ ଉଭୟ ୮୮ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ଧାୱନ୍‌ ୩୫ଟି ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୪୩ ରନ୍‌ କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ସମୟରେ ପୃଥ୍ବୀ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ଦଳର ସ୍କୋର ୧୦୧ ରନ୍‌ ହୋଇଥିବା ବେଳେ ପୃଥ୍ବୀ ବ୍ୟକ୍ତିଗତ ଭାବେ ୩୧ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ୍‌ ମାତ୍ର ୧୦ ରନ୍‌ କରି ଆଉଟ୍ ହୋଇଥିଲେ।

ପନ୍ତ୍‌ ଆଉଟ୍‌ ହେବା ପରେ ଶ୍ରେୟାସ ଆୟାର୍‌ ଓ ସିମରନ୍‌ ହେତମାୟାର ଦଳର ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦଳର ସ୍କୋର ୧୪୩ ରନ୍‌ ହୋଇଥିବା ବେଳେ ଆୟାର୍‌ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଶେଷ ବେଳକୁ ହେତମାୟାର ୨୨ଟି ବଲ୍‌ରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ। ରିପଲ୍‌ ପଟେଲ ୧ଟି ଚୌକା ସହାୟତାରେ ୭ ରନ୍ କରି ଅପରାଜିତ ରହିଥିଲେ। ବାଙ୍ଗାଲୋର ତରଫରୁ ସିରାଜ ୨ଟି ୱିକେଟ୍‌ ହାସଲ କରିଥିବା ଚହଲ, ହର୍ଷଲ ଓ ଡାନ୍‌ ଖ୍ରୀଷ୍ଟିଆନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories