www.samajalive.in
Saturday, December 13, 2025
21.1 C
Bhubaneswar

ମହିଳା ପ୍ରୋ-ଲିଗ୍‌ ହକିରେ ଖେଳିବ ଭାରତ, ଓହରିଗଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ

ଲାଓସାନେ: ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ-ଲିଗ୍‌ ତୃତୀୟ ସଂସ୍କରଣରେ ଭାରତକୁ ଖେଳିବାର ସୁଯୋଗ ମିଳିଛି। ପ୍ରତିଯୋଗିତାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଓହରି ଯିବା ପରେ ବଦଳ ଦଳ ଭାବେ ଭାରତ ଓ ସ୍ପେନ ଖେଳିବାର ସୁଯୋଗ ପାଇଛନ୍ତି। ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ -ଲିଗ୍‌ର ତୃତୀୟ ସଂସ୍କରଣ ଚଳିତ ଅକ୍ଟୋବର ୧୩ରୁ ଅଲିମ୍ପିକ୍‌ସ ତଥା ବିଶ୍ବ ଚାମ୍ପିୟନ ନେଦରଲାଣ୍ଡ୍‌ସ ଓ ବେଲଜିୟମ ମ୍ୟାଚରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଓହରି ଯିବା ପରେ ବଦଳ ଦଳ ଭାବେ ଭାରତ ଓ ସ୍ପେନକୁ ସାମିଲ କରାଯାଇଛି ବୋଲି ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଗତ ସପ୍ତାହରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ କରୋନା ମହାମାରୀ ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପ ଓ ଏଫ୍‌ଆଇଏଚ୍‌ ହକି ଇନଡୋର ବିଶ୍ବକପରୁ ଓହରି ଯାଇଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର କାର୍ଯ୍ୟସୂଚୀ ଭେନ୍ୟୁ ଓ ତାରିଖ ଅନୁଯାୟୀ ଭାରତ ଓ ସ୍ପେନ ଖେଳିବ। ଏଥିପାଇଁ ଖେଳାଳି ମନୋନୟନକୁ ତୁରନ୍ତ କରିବା ନେଇ ଏଫଆଇଏଚ୍‌ ପକ୍ଷରୁ ଦୁଇ ଦେଶ ହକି ମହାସଂଘକୁ ନିର୍ଦେଶ ଦିଆଯାଇଛି। ଉଭୟ ଭାରତ ଓ ସ୍ପେନ ମହିଳା ଦଳ ଟୋକିଓ ଅଲିମ୍ପିକ୍‌ସରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଥେରି ୱେଲି କହିଛନ୍ତି ଯେ, ସ୍ପେନ ଓ ଭାରତକୁ ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ-ଲିଗ୍‌ ପାଇଁ ଆମେ ସ୍ବାଗତ କରୁଛୁ। ଉଭୟ ଦଳ ଟୋକିଓ ଅଲିମ୍ପିକ୍‌ସରେ ଚମତ୍କାର ହକି ଖେଳିଥିଲେ। ଏଥିପାଇଁ ହକି ଇଣ୍ଡିଆ ଓ ରୟାଲ ସ୍ପେନ ହକିକୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ ବୋଲି ୱେଲି କହିଛନ୍ତି। ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଡ୍ରୋ ନିଗୋମବାମ୍‌ କହିଛନ୍ତି ଯେ, ଏଫ୍‌ଆଇଏଚ୍‌ ମହିଳା ପ୍ରୋ-ଲିଗ୍‌ ହକିରେ ଦେଶ ଅଂଶଗ୍ରହଣ କରିବା ବହୁତ ବଡ ଉପଲବ୍ଧି ।ବିଶ୍ବସ୍ତରୀୟ ଦଳ ଗୁଡ଼ିକ ସହିତ ଖେଳିବାର ସୁଯୋଗ ମିଳିବ। ୨୦୨୨ ଏସୀୟ କ୍ରୀଡ଼ା ପାଇଁ ଉକ୍ତ ପ୍ରତିଯୋଗିତା ବେଶ ସହାୟକ ହେବ । ଏସୀୟ କ୍ରୀଡ଼ାରୁ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ସୁଯୋଗ ରହିଛି। ଏଥିପାଇଁ ଏଫ୍‌ଆଇଏଚ୍‌ ମହିଳା ପ୍ରୋ-ଲିଗ୍‌ ହକି ପ୍ରସ୍ତୁତିରେ ସହାୟକ ହେବ ବୋଲି ଜ୍ଞାନେ​‌​‌ନ୍ଦ୍ରା କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories