www.samajalive.in
Friday, December 12, 2025
16.1 C
Bhubaneswar

ମାଟ୍ରିକ ଶ୍ରେଷ୍ଠଙ୍କୁ ୧ଲକ୍ଷ ଟଙ୍କା ଗୋପବନ୍ଧୁ ଛାତ୍ରବୃତ୍ତି ପ୍ରଦାନ

କଟକ: ଗତ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପ୍ରଥମସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡ଼ା ଜିଲାର ଛାତ୍ର ହରିଶଚନ୍ଦନ ସାହୁଙ୍କୁ ଶୁକ୍ରବାର ଅପରାହ୍ଣରେ ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀମାନ ସାହୁଙ୍କୁ ଗୋପବନ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି ବାବଦରେ ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ସିଙ୍ଗାପୁରଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଯୁବକ ସତ୍ୟ ସୂତାରଙ୍କ ଦ୍ୱାରା ଗତବର୍ଷଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଅନୁସାରେ ୨୦୨୦-୨୧ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଶ୍ରୀମାନ ସାହୁଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ଗୋପବନ୍ଧୁ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ହରିଶଙ୍କ ଭଳି ଛାତ୍ର ସମସ୍ତଙ୍କ ପାଇଁ ଆଦର୍ଶ। ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ସାଧନା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଉଚିତ ବୋଲି କହିଥିଲେ।

‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏପରି ଉତ୍ସାହିତ କରିବା ଏକ ଆଦର୍ଶ ପରମ୍ପରା ବୋଲି ମତ ଦେଇଥିଲେ। ହରିଶ ସମ୍ବର୍ଦ୍ଧନା ଉତ୍ତରରେ ଗୋପବନ୍ଧୁ ତାଙ୍କର ପିଲାଟିବେଳୁ ଆଦର୍ଶ ରହିଆସିଛନ୍ତି। ତେଣୁ ଗୋପବନ୍ଧୁ ଭବନରେ ଏହି ସମ୍ମାନ ଗ୍ରହଣ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଥିଲେ। ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି କୃତଜ୍ଞତା ଅର୍ପଣ କରିବା ପରିପ୍ରେକ୍ଷୀରେ ବିଦେଶରେ ରହି ମେଧାବୀ ଓଡ଼ିଆ ଛାତ୍ରଛାତ୍ରୀଙ୍କ କଥା ଚିନ୍ତା କରୁଥିବା ଶ୍ରୀ ସୂତାରଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories