www.samajalive.in
Sunday, December 14, 2025
17.1 C
Bhubaneswar

ଉତ୍ତରପ୍ରଦେଶ ମୃତ କୃଷକଙ୍କ ପାଇଁ ଦୀପଦାନ

ଆଠଗଡ: ସଂପ୍ରତି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀଠାରେ କେନ୍ଦ୍ରମନ୍ତ୍ରୀଙ୍କ କାର୍କେଟ ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା କୃଷକଙ୍କ ଆତ୍ମାର ଶାନ୍ତି ପାଇଁ ଆଠଗଡ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୀପଦାନ କରାଯାଇଛି। ସେଠାରେ କେବଳ କୃଷକ ନୁହେଁ ଉପସ୍ଥିତ ଥିବା ସାମ୍ବାଦିକ ଏବଂ କିଛି ସାଧାରଣ ନାଗରିକ ଗାଡି ଧକ୍କା ଏବଂ ହିଂସକାଣ୍ଡ ଘଟଣାରେ ମୃତ ୮ଜଣଙ୍କ ଆତ୍ମାର ସଦଗତି କାମନା କରି ଆରାଧ୍ୟା ଦେବୀ ମା ବାଉତୀଙ୍କ ମନ୍ଦିର ଠାରୁ ଏକ ମହମବତୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ସଚେତନ ନାଗରିକ ମଞ୍ଚର ସଭ୍ୟ ଶିବନାରାୟଣ ପଟ୍ଟନାୟକ ସଦାନନ୍ଦ ମହାନ୍ତି, ସତ୍ୟପ୍ରକାଶ ରଥ, ମନୋରଞ୍ଜନ ମିଶ୍ର, ମହମ୍ମଦ ଆକବର, ସତ୍ୟଜିତ୍‍ ଦାଶ ଓ ସୁବତ୍ର କୁମାର ଭକ୍ତା ନେତୃତ୍ୱ ନେଇ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories