www.samajalive.in
Sunday, December 14, 2025
26.1 C
Bhubaneswar

ସଙ୍ଗୀତ ମାଧ୍ୟମରେ ମହମ୍ମଦ ରଫିଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ହିନ୍ଦି ସିନେମା ଜଗତର ବିଖ୍ୟାତ କଣ୍ଠଶିଳ୍ପୀ ସ୍ୱର୍ଗତ ପଦ୍ମଶ୍ରୀ ମହମ୍ମଦ ରଫିଙ୍କୁ ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଜୱାନ – ଏ – ହିନ୍ଦ କ୍ଲବ ଓ ସମ୍ବଲପୁର ସିଟି କ୍ଲବ ପକ୍ଷରୁ ସଙ୍ଗୀତ ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦୁଇ ଅନୁଷ୍ଠାନର ସଭାପତି ଅବଦୁଲ ଅଜିଜ ଓ ମହମ୍ମଦ ଜଲିଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଓକିଲ ସଂଘର ସଭାପତି ଡ. ପ୍ରମୋଦ ରଥ, ବିଶିଷ୍ଟ କ୍ରିଡା ସଙ୍ଗଠକ ବିଶ୍ୱମ୍ବର ବହିଦାର ଓ ବୁଲୁ ବିଶ୍ୱାଳ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କରୋନାରେ ପ୍ରାଣ ହରାଇଥିବା କଳାକାର ମାନଙ୍କ ସ୍ମୃତିରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ଏହା ପରେ ଟିମ ପ୍ଲାଣ୍ଟ ଆମ୍ବୁଲାନ୍ସକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଥିଲା। ଏହା ପରେ ବିଶିଷ୍ଟ କଣ୍ଠଶିଳ୍ପୀ ବିଭୁତି ଭୂଷଣ ଦାଶ ଙ୍କ ସଂଯୋଜନାରେ ସମ୍ବଲପୁରର ପ୍ରବୀଣ ଓ ନବୀନ କଳାକାର ଯଥା ସୁଲେମାନ ଦିୱାନା, ଶ୍ରୀକାନ୍ତ ବାରିକ, ଟି.ଏସ. ମଣି, ମୁନୁ ସିଂଦେଓ, ସମୀର ଦାଶ, ଶ୍ରୀନୁ ଦାଶ, ମୃତ୍ୟୁଞ୍ଜୟ ମିଶ୍ର, ଅଙ୍କିତ ଦାଶ, ଶ୍ରୀସୋମ ପାଢ଼ୀ, ଅପର୍ଣ୍ଣା ଆଚାର୍ଯ୍ୟ, ସୁଶ୍ରିତା ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗତ ରଫି ଙ୍କ ଖ୍ୟାତନାମା ସଙ୍ଗୀତ ଗୁଡିକୁ ଗାନ କରିଥିଲେ। ସୁଖକେ ସବ ସାଥି, ଦିଲକେ ଝରୋକେ ମେଁ, ତୁ ଇସ ତରହ, ଦର ଦେ ଦିଲ, କ୍ୟା ହୁଆ ତେରା ୱାଦା ଆଦି ଗୀତ ଗୁଡିକରେ ଦର୍ଶକ ବୃନ୍ଦ ଝୁମି ଉଠିଥିଲେ। ବାଦ୍ୟଯନ୍ତ୍ରରେ ରିଙ୍କୁ ପାଢ଼ୀ, ସିଲୁ ସିଂଦେଓ, ସୁବାଷ ଭୋଇ, ଶବ୍ଦ କମଳ ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ମହମ୍ମଦ ଇସାକ ଓ ମହମ୍ମଦ ୟୁସୁଫ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories