www.samajalive.in
Monday, December 15, 2025
17.1 C
Bhubaneswar

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଜିଲାସ୍ତରୀୟ ସମ୍ମିଳନୀ

ବଡ଼ମ୍ବା: କଟକ ଜିଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଜିଲାସ୍ତରୀୟ ୧୪ତମ ସାମ୍ବିଧାନିକ ସମ୍ମିଳନୀ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରତାପାଟଠାରେ ଅନୁଷ୍ଠିତ ହୋଇଯାଛି। ରତାପାଟ ଗ୍ରାମପଞ୍ଚାୟତ ସ୍କୁଲରେ ଅନୁଷ୍ଠିତ ଉକ୍ତ ସଭାକାର୍ଯ୍ୟରେ ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ପ୍ରଦୀପର ସମ୍ପାଦକ ଶଙ୍କର କୁମାର ସୁୁବୁଦ୍ଧି ଯୋଗ ଦେଇଥିବା ବେଳେ ଜିଲା ପ୍ରଭାରୀ ଯୁଗପ୍ରଭା ସାବତ, ସଂଘର ପ୍ରାକ୍ତନ ରାଜ୍ୟ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, କାର୍ଯ୍ୟକାରିଣୀ ସଦସ୍ୟ ଅଶୋକକୁମାର ସ୍ୱାଇଁ, ଅମରେନ୍ଦ୍ର ସ୍ୱାଇଁ, ବଡ଼ମ୍ବା ବ୍ଲକ ସଭାପତି ଶ୍ରୀନିବାସ ପ୍ରଧାନ, ଜିଲା ଉପସଭାପତି ବିଷ୍ଣୁଚରଣ ସ୍ୱାଇଁ ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ସଂଘର ବ୍ଲକ ସମ୍ପାଦକ ଅଶୋକ କୁମାର ଧଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସମୀର କୁମାର ରାଉତଙ୍କ ସ୍ୱର ସଂଯୋଜନାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସମ୍ମିଳନୀର ଦ୍ୱିତୀୟ ସତ୍ରରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାଇ ସର୍ବସମ୍ମତି କ୍ରମେ ଜିଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଜିଲା କମିଟିର ନୂତନ ସଭାପତି ଭାବେ ଭାବଗ୍ରାହୀ ମହାପାତ୍ର ମନୋନିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲୀପକୁମାର ମହାନ୍ତି, କାମରାଜ ସାହୁ, ସଂଗ୍ରାମ ରାଉତରାୟ, କଲ୍ୟାଣୀ ରାଉତ ଏହି ୩ଜଣ ଉପସଭାପତି ଭାବେ ମନୋନିତ ହୋଇଥିବା ପ୍ରକାଶ।

- Advertisement -

ସେହିଭଳି ଲକ୍ଷ୍ମୀଧର ସାହୁ ପୁନର୍ବାର ସଂଘର ଜିଲା ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ ପ୍ରଣବ କିଶୋର ନାୟକ, କାହ୍ନୁ ଚରଣ ସ୍ୱାଇଁ, ହିରଣ୍ମୟୀ ସାମଲ ଏହି ୩ଜଣ ମନୋନିତ ହୋଇଥିବା ପ୍ରକାଶ। ସଂଘର ଜିଲା କମିଟିକୁ ରଜନୀକାନ୍ତ ନନ୍ଦ, ବିଜୟ କୁମାର ପ୍ରଧାନ, ପ୍ରହଲ୍ଲାଦ ପଣ୍ଡା, ସନ୍ତୋଷ କୁମାର ଜେନା, ଅରୁଣୋଦୟ ସ୍ୱାଇଁ, ମମତା ପଣ୍ଡା, ଶରତ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକାରୀ କମିଟି ସଭ୍ୟଭାବେ ମନୋନିତ ହୋଇଥିବା ଜଣାଯାଇଛି। ଶିକ୍ଷକ ନେତା ପ୍ରେମାନନ୍ଦ ଜେନା ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ୧୪ଟି ବ୍ଲକର ସଦସ୍ୟମାନେ ଯୋଗ ଦେଇଥିଲେ ଏବଂ କୋବିଡ କଟକଣା ନିୟମାନୁଯାଇ ଶାନ୍ତିଶୃଖଂଳାର ସହିତ ସମ୍ମିଳନୀ ଶେଷ ହୋଇଥିବାରୁ ଶେଷରେ ରତାପାଟ ଗ୍ରାମପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟକୁମାର ଛତ୍ର ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories